୧୦୦୦ଫୁଟ ଉଚ୍ଚରୁ ପଡ଼ିଲା ଆଇଫୋନ୍‌ ଏକ୍ସ, ତେବେ ବି କାମ କରୁଛି କ୍ୟାମେରା ସହିତ ସମସ୍ତ ଅପସନ୍‌: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ଆପେଲରର ଆଇଫୋନ୍‌ ଏକ୍ସ କିଛିଦିନ ହେବ ଭାରତରେ ପ୍ରବେଶ କରିଛି। ଏହି ଫୋନ୍‌ର ଏଯାବତ୍‌ ଅନେକଥର ଡ୍ରାପ୍‌ ପରୀକ୍ଷା ମଧ୍ୟ ହୋଇସାରିଛି। ତେବେ ୟୁଟୁବ୍‌ ଚାନେଲ unlockriver.com ଆଇଫୋନ୍‌ ଏକ୍ସକୁ ୧୦୦୦ଫୁଟ ଉଚ୍ଚରୁ ଫିଙ୍ଗି ଏକ୍ସଟ୍ରିମ୍‌ ଡ୍ରାପ୍‌ ପରୀକ୍ଷା କରି ସେହି ପରିସ୍ଥିତିକୁ ରେକର୍ଡ କରିଛି।

ଏହି ଭିଡିଓକୁ ୟୁଟ୍ୟୁବ୍‌ ଏକ୍ସଟ୍ରିମ ଟପ୍‌ ଟେଷ୍ଟର ନାମ ଦେଇଛି। ଭିଡିଓରେ ନୂତନ ଆଇଫୋନ୍‌ ଏକ୍ସକୁ ଖୋଳ ଭିତରୁ ବାହାର କରି ଡ୍ରୋନ୍‌ରେ ବାନ୍ଧି ଦିଆଯାଉଛି। ଏହି ଡ୍ରୋନ୍‌ ୧୦୦୦ଫୁଟ ଉଚ୍ଚକୁ ଯାଇ ସିମେଣ୍ଟ ଚଟଣା ଉପରକୁ ଫୋନ୍‌ଟି ଫିଙ୍ଗି ଦେଉଛି। ଫୋନ୍‌ଟି ପଡିବା ତାହାର ପଛ ପାର୍ଶ୍ୱରେ ହୋଇଥିବା କ୍ଷତିକୁ ଭିଡିଓ ଜରିଆରେ ଦେଖି ପାରିବେ। ଚଟଣାରେ ପଡିବା ପରେ ଆଇଫୋନ୍‌ ଏକ୍ସର ଡିସ୍‌ପ୍ଲେରେ କୌଣସି କ୍ଷତି ହୋଇ ନଥିବା ଦେଖିବାକୁ ମିଳିଛି।

ଆଇଫୋନ୍‌ ଏକ୍ସ ୧୦୦୦ଫୁଟ ଉଚ୍ଚରୁ ପଡ଼ିବା ପରେ ୟୁଟ୍ୟୁବ୍‌ ଫୋନ୍‌କୁ ଅପରେଟ କରି ମଧ୍ୟ ଦେଖାଉଛି। ଆଶ୍ଚର୍ଯ୍ୟର କଥା, ଏତେ ଉଚ୍ଚରୁ ପଡ଼ି ମଧ୍ୟ ଫୋନ୍‌ର କ୍ୟାମେରା ସହିତ ବାକି ଅପ୍‌ସନ୍‌ ବି କାମ କରୁଥିଲା। ଆଇଫୋନ୍‌ ଏକ୍ସ ପଛ ପାର୍ଶ୍ୱ ଦେଇ ପଡ଼ିଥିଲା କିନ୍ତୁ ଏତେ ଉଚ୍ଚରୁ ପଡ଼ିବା ଫଳରେ ସାମ୍ନା ଭାଗ ବି ନଷ୍ଟ ହୋଇ ପାରି ଥାଆନ୍ତା, କିନ୍ତୁ ଏଭଳି କିଛି ଦେଖିବାକୁ ପଡ଼ି ନଥିଲା। ଭିଡିଓ ଉପସ୍ଥାପକ ଦାବି କରିଛନ୍ତି, ଆଇଫୋନ୍‌ ଏକ୍ସ ଅନ୍ୟ ଆଇଫୋନ୍‌ଠାରୁ ଅଧିକ ମଜବୁତ ରହିଛି।

ସମ୍ବନ୍ଧିତ ଖବର