ଆଇପିଏଲ୍‌ ୨୦୧୯ ପାଇଁ ରିଲାଏନ୍ସ ଜିଓର ନୂଆ ଅଫର: ମିଳିବ ୧୦୨ଜିବିର ଡାଟା

0

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ନିକଟରେ ୧୯୯ଟଙ୍କା ଓ ୪୯୯ଟଙ୍କାର ପ୍ଲାନ୍‌ର ଘୋଷଣା କରିଥିଲା। ଏହି ପ୍ଲାନ୍‌ରେ କମ୍ପାନି ୧ଜିବି ଡାଟା ପ୍ରତିଦିନ ଦେଇଥାଏ। ଏବେ ରିଲାଏନ୍ସ ଜିଓ ଆଇପିଏଲ୍‌ ଫ୍ୟାନ୍ସ ପାଇଁ ନୂଆ କ୍ରିକେଟ ଡାଟା ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌ର ମୂଲ୍ୟ ୨୫୧ଟଙ୍କା ରଖାଯାଇଛି। ଏହି ପ୍ଲାନ୍‌କୁ ବାଛିବା ପାଇଁ ମାଇ ଜିଓ ଆପ୍‌ର ବ୍ୟବହାର କରି ପାରିବେ।

୨୫୧ଟଙ୍କାର ପ୍ଲାନ୍‌ ଏକ ଡାଟା ସେଣ୍ଟ୍ରିକ୍‌ ପ୍ଲାନ୍‌ । ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିଥାଏ। ୨ଜିବି ଡାଟା ସରିଗଲା ପରେ ବ୍ୟବହାରକାରୀଙ୍କ ଡାଟା ସ୍ପିଡ୍‌ ୬୪କେବିପିଏସ୍‌ ହୋଇଯାଇଥାଏ। ଏହି ପ୍ଲାନ୍‌ର ଭେଲିଡିଟି ୫୧ଦିନ ପାଇଁ ରହିଛି। ଅର୍ଥାତ୍‌ ବ୍ୟବହାରକାରୀଙ୍କୁ ପାଖାପାଖି ୧୦୨ଜିବି ଡାଟା ମିଳିବ। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଡାଟା ବ୍ୟତୀତ କଲିଂ ଓ ଏସ୍‌ଏମ୍‌ଏସ୍‌ ସୁବିଧା ବି ମିଳିବ। ଏହି ମାଗଣା ଡାଟା ଆପଣଙ୍କୁ ନ୍ୟାସନାଲ ରୋମିଂ ସମୟରେ ବି ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.