ଏଣିକି ଟିକେଟରୁ ଜାଣି ପାରିବେ ଟ୍ରେନ୍‌ରେ ମିଳୁଥିବା ଖାଦ୍ୟ ଓ ପାନୀୟର ସମ୍ପୂର୍ଣ୍ଣ ତାଲିକା, ଜାଣନ୍ତୁ କାହାର ରହିଛି କେତେ ମୂଲ୍ୟ

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କାରେ ଖାଦ୍ୟ ଓ ପାନୀୟ ମିଳିଥାଏ। ଅନେକ ଥର ଖାଦ୍ୟ ଓ ପାନୀୟର ମୂଲ୍ୟକୁ ନେଇ ସଠିକ୍‌ ସୂଚନା ବି ନଥାଏ। ଏହି ସମସ୍ୟାର ସମାଧାନ ପାଇଁ ଆଇଆରସିଟିସି ଏକ ନୂଆ ଯୋଜନା ଆରମ୍ଭ କରିଛି। ଆଇଆରସିଟିସିର େଓ୍ଵବସାଇଟରେ ଏବେ ଅନ୍‌ଲାଇନ୍‌ ଟିକେଟ ବୁକ୍‌ କରିବା ପରେ ଆପଣଙ୍କୁ ଯେଉଁ ପ୍ରିଣ୍ଟ ଉପଲବ୍ଧ ହେବ, ସେଥିରେ ଖାଦ୍ୟ ଓ ପାନୀୟର ସମ୍ପୂର୍ଣ୍ଣ ତାଲିକା ରହିବ। ଏଥିସହିତ ଶେଷରେ ଖାଦ୍ୟ ଓ ପାନୀୟର ମୂଲ୍ୟ ବି ସୂଚିତ ହେବ।

ତେବେ ଟ୍ରେନରେ ମିଳୁଥିବା ଖାଦ୍ୟ ଓ ପାନୀୟର ସଠିକ୍‌ ମୂଲ୍ୟ ଜଣା ନପଡ଼ୁଥିବା ହେତୁ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷତା ଦେଖା ଦେଉଥିଲା। ଏଭଳି ଯୋଜନା ଦ୍ୱାରା ଯାତ୍ରୀଙ୍କୁ ଏନେଇ ଆଉ ଅସୁବିଧା ପରିଲକ୍ଷିତ ହେବ ନାହିଁ ସେମାନେ ସମସ୍ତ ଖାଦ୍ୟ ଓ ପାନୀୟର ମୂଲ୍ୟକୁ ସଠିକ୍‌ ଭାବେ ଜାଣି ପାରିବେ ଓ ସେମାନଙ୍କଠାରୁ ଆଉ କେହି ଅଧିକ ଟଙ୍କା ନେଇ ପାରିବେ ନାହିଁ।

ଟ୍ରେନ୍‌ରେ ମିଳୁଥିବା ଖାଦ୍ୟ ଓ ପାନୀୟର ସମ୍ପୂର୍ଣ୍ଣ ତାଲିକା ଓ ମୂଲ୍ୟ

ଟି ବ୍ୟାଗ୍‌ ସହିତ ଚା’ କିମ୍ବା କଫି: ୭ଟଙ୍କା
ଏକ ଲିଟର ପାଣି ବୋତଲ: ୧୫ଟଙ୍କା
ଅଧଲିଟର ପାଣି ବୋତଲ; ୧୦ଟଙ୍କା
ଭେଜ ବ୍ରେକଫାଷ୍ଟ: ବ୍ରେଡ ବଟର ଓ କଟଲେଟ: ୩୦ଟଙ୍କା
ଭେଜ ବ୍ରେକଫାଷ୍ଟ: ଇଡଲି ଓ ବରା: ୩୦ଟଙ୍କା
ନନ୍‌ଭେଜ ବ୍ରେକ୍‌ଫାଷ୍ଟ: ଆମଲେଟ: ୩୫ଟଙ୍କା

ଲଞ୍ଚ/ଡିନର
ଭେଜ: ଭାତ, ପରଟା/ରୁଟି, ଡାଲି/ସମ୍ଭର, ମିକ୍ସ ଭେଜ, ଆଚାର ଓ ପାଣି: ୫୦ଟଙ୍କା
ନନଭେଜ: ଭାତ, ପରଟା/ରୁଟି, ଡାଲି/ସମ୍ଭର, ଅଣ୍ଡା ତରକାରୀ, ଆଚର, ପାଣି: ୫୫ଟଙ୍କା

ସମ୍ବନ୍ଧିତ ଖବର