ଯଦି ଆପଣ ବି ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ତେବେ ଏହି ଜରୁରୀ କଥା ଜାଣି ରଖନ୍ତୁ, ଏହି ଡାଟା ମାଗିଲେ ବି କରନ୍ତୁ ନାହିଁ ସେୟାର

ନୂଆଦିଲ୍ଲୀ: ଅଦି ଆପଣ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଭାରତୀୟ ରେଳବାଇ ଟୁଇଟ କରି ଲୋକମାନଙ୍କୁ ସତର୍କ କରିଛି ଏବଂ କହିଛି ଯାତ୍ରା ସମୟରେ ଯଦି ଆପଣଙ୍କ ବ୍ୟକ୍ତିଗତ ଡାଟା ସହିତ ଜଡ଼ିତ ତଥ୍ୟ ମଗା ଯାଏ ତେବେ ଏହାକୁ କାହାରି ସହିତ ବି ସେୟାର କରନ୍ତୁ ନାହିଁ।

ଯେତେବେଳେ ଆପଣ ଟିକେଟ ବୁକ୍‌ କରୁଛନ୍ତି କିମ୍ବା ଯାତ୍ରା ସମୟରେ ରେଳ ଅଧିକାରୀ ଆପଣଙ୍କୁ ବ୍ୟକ୍ତିଗତ ଡାଟା ସହିତ ଜଡ଼ିତ ସୂଚନା ମାଗୁଛନ୍ତି, ଏପରି କ୍ଷେତ୍ରରେ ନିଜର ବ୍ୟକ୍ତିଗତ ଡାଟାକୁ ଆଦୌ ସେୟାର କରନ୍ତୁ ନାହିଁ, ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ସେୟାର କରିବା କଥା ନୁହେଁ। ଯଦି ଆପଣ ଏମିତି କରନ୍ତି ତେବେ ଠକେଇର ଶିକାର ହୋଇପାରନ୍ତି।  ଟିକେଟ ବୁକିଂ କରିବା ସମୟରେ ଆପଣଙ୍କ ପରିଚୟ ପତ୍ରର ତ ଆବଶ୍ୟକ ପଡ଼ିଥାଏ। ଯଦି କେହି ଆପଣଙ୍କୁ କେବେ ବି ଡେବିଟ ଓ କ୍ରେଡିଟ କାର୍ଡର ସୂଚନା ମାଗୁଛି ତେବେ ଏଥିରୁ ନିବୃତ୍ତ ରୁହନ୍ତୁ।

ଟିକେଟ ସମ୍ବନ୍ଧରେ ଆପଣଙ୍କୁ ଯଦି କୌଣସି ପ୍ରକାର ସୂଚନା ଜାଣିବାକୁ ଅଛି ଏମିତିରେ ଆପଣଙ୍କ ପାଇଁ କେବଳ ୧୫ଅଙ୍କର ଆଇଡି କିମ୍ବା ୧୦ଅଙ୍କର ପିଏନ୍‌ଆର ନମ୍ବରରେ ସବୁ କିିଛି ସୂଚନା ଦିଆ ଯାଇଥାଏ। ଟିକେଟ ବୁକିଂ କିମ୍ବା ଟିକେଟ ସମ୍ବନ୍ଧରେ ସୂଚନା ପାଇବା ପାଇଁ କଦାପି କ୍ରେଡିଟ, ଡେବିଟ କାର୍ଡ ଓ ଓପିଟି ସେୟାର କରିବା ଉଚିତ ନୁହେଁ। ରେଳବାଇ ଏହାବି ଚେତାବନୀ ଦେଇଛି କି, ଆପଣଙ୍କୁ ଭାରତୀୟ ରେଲେଓ୍ଵର ଇ-ଟିକେଟିଂର ନକଲି ଆପ୍‌ରୁ ଦୂରେଇ ରହିବା କଥା।

ସମ୍ବନ୍ଧିତ ଖବର