ଆଇଆରସିଟିସିର ଉପହାର, ମିଳିବ ପେମେଣ୍ଟର ନୂଆ ବିକଳ୍ପ

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ସୁବିଧା ଓ ଆରାମକୁ ଧ୍ୟାନରେ ରଖି ଭାରତୀୟ ରେଳ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି। ଆଇଆରସିଟିସି ଫୋନ୍‌ପେ ସହିତ ହାତ ମିଳାଇ ରେଳ କନେକ୍ଟ ଆଣ୍ଡ୍ରଏଡ ଆପ୍‌ର ଲଞ୍ଚ କରିବ, ଏହା ଜରିଆରେ ଯାତ୍ରୀ ଖୁବ୍‌ ଶୀଘ୍ର ଓ ସହଜରେ ରେଳ ଟିକେଟ ବୁକ୍‌ କରିପାରିବେ।

ସୂଚନାଯୋଗ୍ୟ, ଫୋନ୍‌ ପେ ଗୁୁରୁବାର ଆଇଆରସିଟିସି ସହିତ ମିଶି ଏହି ଯୋଜନା ଆରମ୍ଭ କରିବାକୁ ଯାଉଥିବା ନେଇ ସୂଚନା ଦେଇଛି। ପେମେଣ୍ଟର ଏହି ନୂତନ ବିକଳ୍ପ ସେହି ଲୋକଙ୍କ ପାଇଁ ବରଦାନ ହେବ ଯେଉଁମାନେ କି ଟିକେଟ ବୁକିଂ ସମୟରେ ଡିିଜିଟାଲ ଜରିଆରେ ଟଙ୍କା ପୈଠ କରିଥାଆନ୍ତି।

ଫୋନ୍‌ ପେ ପକ୍ଷରୁ ପ୍ରକାଶ, ଏହି ପାର୍ଟନରସିପ୍‌ ଜରିଆରେ ଏବେ ଫୋନ୍‌ ପେର ବ୍ୟବହାରକାରୀ ୟୁପିଆଇ, କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ବ୍ୟତୀତ ଫୋନ୍‌ ପେ ଜରିଆରେ ଟିକେଟ ବୁକ୍‌ କରିବା ପାଇଁ ସିଧାସଳଖ ନିଜର ବ୍ୟାଙ୍କ୍‌ ଆକାଉଣ୍ଟ ସହିତ ଯୋଡ଼ି ହୋଇପାରିବେ। ଏହି ପାର୍ଟନରସିପ୍‌ ହେତୁ ଦୁଇଟି ବଡ଼ ଫାଇଦା ହେବ। ଗୋଟିଏ ରେଳ ଯାତ୍ରୀଙ୍କୁ ଟିକେଟ ବୁକ୍‌ କରିବା ଓ ପେମେଣ୍ଟ ପାଇଁ ନୂଆ ବିକଳ୍ପ ମିଳିବ। ଯାହାକି ବହୁତ ସହଜ ରହିଛି। ଏପରି କରିବା ଦ୍ୱାରା ଦେଶରେ ଡିଜିଟାଲ ପେମେଣ୍ଟ ଅଧିକ ସକ୍ରିୟ ହେବ। ଏହା ପୂର୍ବରୁ ମଇରେ ଆଇଆରସିଟିସି ଇ-ଓ୍ଵାଲେଟ ସର୍ଭିସ୍‌ ରୋଲ ଆଉଟର ଲଞ୍ଚ କରିଥିଲା। ଯାହା ଜରିଆରେ ଆଇଆର୍‌ସିଟିସି ରୋଲ କନେକ୍ଟ ଆପ୍‌ ଜରିଆରେ ତତ୍କାଳ ଟିକେଟ ବି ବୁକ୍‌ କରି ପାରିବାର ସୁବିଧା ଉପଲବ୍ଧ କରାଯାଇଥିଲା।

ସମ୍ବନ୍ଧିତ ଖବର