ଏଣିକି ଏସ୍‌ବିଆଇର ଏହି କାର୍ଡରେ ବୁକିଂ କଲେ ମାଗଣାରେ ମିଳିବ ଟ୍ରେନ୍‌ ଟିକେଟ !

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ରେଲ୍ ଆଣ୍ଡ ଟୁରିଜମ୍‌ କର୍ପୋରେସନ୍ (ଆଇଆରସିଟିସି) ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ଏକ ନୂଆ କାର୍ଡର ପ୍ରଚଳନ ଆରମ୍ଭ କରିଛନ୍ତି । ଏହା ଏକରକମର କ୍ରେଡିଟ୍‌ କାର୍ଡ। ଏହି କାର୍ଡ ଜରିଆରେ ବୁକିଂ କରିବା ଦ୍ୱାରା ଯାତ୍ରୀଙ୍କୁ ମାଗଣାରେ ଟ୍ରେନ୍‌ ଟିକେଟ ମିଳିବ। କେବଳ ଏତିକି ନୁହେଁ, ଲୋକମାନେ କାର୍ଡ ଜରିଆରେ ଆହୁରି ଅନେକ ଫାଇଦା ଉଠାଇ ପାରିବେ। ଏହି ଖାସ୍‌  କାର୍ଡର ନାମ ରଖାଯାଇଛି ‘ଆଇଆରସିଟିସି ଏସ୍‌ବିଆଇ ପ୍ଲାଟିନମ୍‌ କାର୍ଡ’।

ଆଇଆରସିଟିସି େଓ୍ଵବସାଇଟ୍‌ରେ ଉପଲବ୍ଧ ସୂଚନା ଅନୁସାରେ,‘ଆଇଆରସିଟିସି ଏସ୍‌ବିଆଇ ପ୍ଲାଟିନମ୍‌ କାର୍ଡ’ରେ ଉପଭୋକ୍ତାଙ୍କୁ  ଏଥିରେ ୩୫୦ ରିଓ୍ଵାର୍ଡସ୍‌ ପଏଣ୍ଟସ୍‌, ଟ୍ରାନ୍‌ଜାକ୍‌ସନ୍‌ ଚାର୍ଜ ଉପରେ ୧.୮ ପ୍ରତିଶତ ଛାଡ ଓ ମାଗଣା ଘରୋଇ ଦୁର୍ଘଟଣା ବୀମା ସୁରକ୍ଷା (ପର୍ସନାଲ ଆକ୍ସିଡେଣ୍ଟ ଇନ୍‌ସୁରାନ୍ସ ପ୍ରୋଟେକ୍‌ସନ୍‌) ଓ ରେଳ ଟିକେଟ ବୁକିଂ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଭାଲ୍ୟୁ ବ୍ୟାକ୍‌ ମିଳିବ। କେବଳ ଏତିକି ନୁହେଁ, ଏହି କାର୍ଡରେ ଉପଭୋକ୍ତାଙ୍କୁ େଓ୍ଵଲକମ୍‌ ଗିଫ୍ଟ ବି ମିଳିବ।

ସମ୍ବନ୍ଧିତ ଖବର