ଟ୍ରେନ୍‌ ଟିକେଟ ବାତିଲ ଓ ଫେରସ୍ତ ପାଇଁ କ’ଣ ରହିଛି ନୂଆ ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ଟିକେଟ ବାତିଲ ପରେ ବୁକିଂ ଆମାଉଣ୍ଟର ଫେରସ୍ତକୁ ନେଇ ଭାରତୀୟ ରେଳବେକ୍‌ ନିୟମ ବହୁତ ଜଟିଳ ରହିଛି। ଅନେକ ଥର ଯାତ୍ରୀଙ୍କୁ ନିଜର ସ୍ଥିରୀକୃତ ଯାତ୍ରାକୁ ଶେଷ ମୂହୁର୍ତ୍ତରେ ବାତିଲ କରିବାକୁ ପଡ଼ିଥାଏ। କିନ୍ତୁ ଆପଣ ଜାଣନ୍ତି କି ଆଇଆରସିଟିସି ଫେରସ୍ତ ନିୟମ କ’ଣ ରହିଛି?

ଆସନ୍ତୁ ଜାଣିବା ଟ୍ରେନ୍‌ ଟିକେଟ ବାତିଲ ଓ ଫେରସ୍ତ ନିୟମ

୧. ଯଦି କୌଣସି ନିଶ୍ଚିତ ଟିକେଟକୁ ଟ୍ରେନ୍‌ ଯାତ୍ରା କରିବାର ୪୮ଘଣ୍ଟା ପୂର୍ବରୁ ବାତିଲ କରାଯାଏ ତେବେ ଫାଷ୍ଟ କ୍ଲାସ୍‌/ ଏଗ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ ପାଇଁ ୨୪୦ଟଙ୍କା ଓ ଏସି ଟାୟର/ଫାଷ୍ଟ କ୍ଲାସ୍‌ ପାଇଁ ୨୦୦ଟଙ୍କା, ଏସି ୩ ଟାୟର/ଏସି ଚେୟର କାର/ ଏସି ୩ ଇକନମି, ସ୍ଲିପର କ୍ଲାସ ପାଇଁ ୧୨୦ଟଙ୍କା ଓ ସେକେଣ୍ଡ କ୍ଲାସ ପାଇଁ ୬୦ଟଙ୍କା ବାତିଲ କଲେ ଯାତ୍ରୀଙ୍କୁ ଦେବାକୁ ପଡ଼ିଥାଏ। ସେହିପରି ୧୨ଘଣ୍ଟା ପୂର୍ବରୁ ବାତିଲ କଲେ ୨୫ ପ୍ରତିଶତ ବାତିଲ ଚାର୍ଜ ନିଆଯାଇଥାଏ।

୨. ସେହିପରି ୪ଘଣ୍ଟା ପୂର୍ବରୁ ବାତିଲ କରାଯାଏ ୫୦ପ୍ରତିଶତ ବୁକିଂ ଆମାଉଣ୍ଟରୁ ବାତିଲ ଚାର୍ଜ ନିଆଯାଇଥାଏ। ଯଦି ଆପଣ ଟ୍ରେନ୍‌ ଛାଡ଼ିବାର ଚାରିଘଣ୍ଟା ପୂର୍ବରୁ ଟିକେଟ ବାତିଲ ନକରନ୍ତି ତେବେ କୌଣସି ଟଙ୍କା ଫେରସ୍ତ ହେବ ନାହିଁ।

ସମ୍ବନ୍ଧିତ ଖବର