ଏଣିକି ଏହି ସହରରେ ପାଣି ଭିତରେ ଚାଲିବ ମେଟ୍ରୋ ଟ୍ରେନ୍‌, ପିୟୁଷ ଗୋଏଲ ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ଭାରତରେ ଖୁବ୍‌ଶୀଘ୍ର ସଡ଼କରେ ଚାଲୁଥିବା ମେଟ୍ରୋ ଟ୍ରେନ୍‌ ପାଣି ଭିତରେ ଚାଲୁଥିବା ଦେଖିବାକୁ ମିଳିବ। ଏହି ମେଟ୍ରୋକୁ କୋଲକାତାର ହୁଗଲି ନଦୀ ତଳେ ଦେଇ ଯାତାୟତ କରିବା ନେଇ ରେଳବାଇ ପୂରା ପ୍ରସ୍ତୁତି କରି ନେଇଛି। ଏହି ଟ୍ରେନ୍‌କୁ ଚାଲବା ନେଇ ସ୍ୱତନ୍ତ୍ର ସୁଡଙ୍ଗ ବି ବନା ଯାଇଛି। ଯାହାକି ୫୨୦ ମିଟର ଲମ୍ବ ଓ ପାଖାପାଖି ୩୨୦ ଫୁଟ ଗଭୀର ରହିଛି। ନିଜେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ପ୍ରୋଜେକ୍ଟର ଭିିଡିଓ ସେୟାର କରିି ଏନେଇ ସୂଚନା ଦେଇଛନ୍ତି।

 

କୋଲକାତା ମେଟ୍ରୋର ଏହି ଟ୍ରେନ୍‌ ସାଲ୍ଟ ସେକ୍ଟର ୫ରୁ ହାଓ୍ଵଡା ମଧ୍ୟରେ ୧୬କିମି ପର୍ଯ୍ୟନ୍ତ ଯାତ୍ରା ପୂରା କରିବ। ମେଟ୍ରୋର ପ୍ରଥମ ଫେଜ୍‌କୁ ଖୁବ୍‌ଶୀଘ୍ର କୋଲକାତା ଜନତାଙ୍କ ପାଇଁ ଚାଲୁ କରାଯିବ। ଫଳରେ ସେମାନେ ଏହି ସ୍ୱତନ୍ତ୍ର ଯାତ୍ରାକୁ ଅନୁଭବ କରି ପାରିବେ। ଟ୍ରେନ୍‌ର ପାଣି ଭିତରେ ସୁରକ୍ଷିତ ଯାତ୍ରା ପାଇଁ ୪ ହାଏଟେକ୍‌ ସୁରକ୍ଷା କବଚ ସୁଡଙ୍ଗ ଭିତରେ ଖଞ୍ଜା ଯାଇଛି। ତେବେ ଟ୍ରେନ୍‌କୁ ସୁଡଙ୍ଗ ପାର କରିବା ପାଇଁ ୧ମିନିଟ୍‌ର ସମୟ ଲାଗିବ।

ସମ୍ବନ୍ଧିତ ଖବର