ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଲଞ୍ଚ କଲା ଏହି ନୂଆ ପ୍ଲାନ୍‌, ମିଳିବ ୧୦୫ଜିବି ଡାଟା

ନୂଆଦିଲ୍ଲୀ: ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ଦୁଇ ବର୍ଷ ପୂରା ହେବାକୁ ନେଇ ମାଗଣା ଡାଟା ଓ ଟଙ୍କା ଫେରସ୍ତ ଆଦି ଯୋଜନା ଦେବା ପାଇଁ ଘୋଷଣା କରିଥିଲା। ଏବେ ଜିଓର ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ନିଜର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ନୂଆ ପ୍ୟାକ୍‌ ଲଞ୍ଚ କରିଛି। ଏହି ନୂତନ ଏୟାରଟେଲ ରିଚାର୍ଜ ମୂଲ୍ୟ ୪୧୯ ଟଙ୍କା ରହିଛି। ଏହି ପ୍ୟାକ୍‌ରେ ଗ୍ରାହକ ୧.୪ଜିବି ଡାଟା ପ୍ରତିଦିନ ମିଳିବ। ଏହାପୂର୍ବରୁ ଏୟାରଟେଲ ଗ୍ରାହକଙ୍କ ପାଇଁ ୩୯୯ଟଙ୍କା ଓ ୪୪୮ ଟଙ୍କାର ରିଚାର୍ଜ ପ୍ୟାକ୍‌ ଅଫର କରିଥିଲା। ଏହି ଦୁଇ ପ୍ୟାକର ସମୟ ଅବଧି ୭୦ଦିନ ଓ ୮୨ଦିନ ରହିଥିଲା।

୪୧୯ଟଙ୍କାର ଏୟାରଟେଲ ରିଚାର୍ଜ ପ୍ୟାକ୍‌ କମ୍ପାନିର ଅଧିକାରୀ େଓ୍ଵବସାଇଟ ଓ ଆପ୍‌ ଜରିଆରେ ଉପଲବ୍ଧ ରହିଛି। ଏହି ପ୍ୟାକ୍‌ର ବୈଧତା ୭୫ଦିନ ରହିଛି। ଗ୍ରାହକଙ୍କୁ ଏହି ପ୍ୟାକ୍‌ରେ ଅସୀମିତ ଲୋକାଲ, ଏସଟିଡି କଲ (ପ୍ରତି ଦିନ ୩୦୦ମିନିଟ୍‌ ଓ ୧,୦୦୦ମିନିଟ୍‌ ପ୍ରତି ସପ୍ତାହରେ) ମିଳିବ। ବ୍ୟବହାରକାରୀ ଏହି ରିଚାର୍ଜ ପ୍ୟାକ୍‌ରେ ନ୍ୟାସନାଲ ରୋମିଂ ଓ ୧୦୦ ଏସ୍‌ଏମ୍‌ଏସ୍‌ର ମାଗଣାରେ ଲାଭ ଉଠାଇ ପାରିବେ। ଏୟାରଟେଲ ଟିଭି ଆପ୍‌ର ଆକ୍‌ସେ୍‌ସ୍‌ ବି ଏହି ପ୍ୟାକ୍‌ରେ ମିଳିବ।

ସମ୍ବନ୍ଧିତ ଖବର