ଇସ୍‌କୋ ଷ୍ଟିଲ୍‌ ପ୍ଲାଣ୍ଟ୍‌ର ଶତବାର୍ଷିକୀ ପାଳନ ଆଜି

0

ଭୁବନେଶ୍ବର: ଇସ୍‌କୋ ଷ୍ଟିଲ୍‌ ପ୍ଲାଣ୍ଟ୍‌ର ଶତବାର୍ଷିକୀ ଉତ୍ସବ ପାଳନ ଆସନ୍ତାକାଲି ଠାରୁ ବର୍ଣ୍ଣପୁର ଷ୍ଟାଡିୟମ୍‌ରେ ଆରମ୍ଭ ହେବ। ଦୁଇ ଦିନ ଧରି ପାଳନ ହେବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ଶେଷ ଦିବସରେ ଆର୍‌ଡି ବର୍ମନଙ୍କ ଅସଲି ବ୍ୟାଣ୍ଡ୍‌ ଦ୍ବାରା ସଙ୍ଗୀତ ପରିବେଷଣ କରାଯିବ। ବର୍ଣ୍ଣପୁର କ୍ଲବ୍ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ପୂର୍ବରୁ କଂପାନିର ସିଇଓ ଅନିର୍ବାଣ ଦାସଗୁପ୍ତା ଇସ୍‌କୋ ଷ୍ଟିଲ୍‌ ପ୍ଲାଣ୍ଟ୍‌ର ‌ଗୌରବମୟ ଅତୀତ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି କାରଖାନାକୁ ୧୯୧୮ ମାର୍ଚ ୧୧ରେ ସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.