ମାରାତ୍ମକ ଗୁପ୍ତଚର ସଫ୍ଟଓ୍ଵାରର କବଳିତ ହେଲା ହ୍ଵାଟ୍ସଆପ, ଏଥିରୁ କିପରି ରକ୍ଷା ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ : ଲୋକପ୍ରିୟ ମେସେଜିଂ ଆପ ହ୍ବାଟ୍ସଆପରେ ଏକ ବିପଜ୍ଜନକ ଭାଇରସ ପଶିଯାଇଛି । ଇସ୍ରାଏଲର ଏକ ସଂସ୍ଥା ଗୋପନରେ  ହ୍ବାଟ୍ସଆପରେ ଏହି ସ୍ପାଏଓ୍ବାର ଇନଷ୍ଟଲ କରିଛି । ଏହା ଦ୍ବାରା ବିଶ୍ବର କୋଟି କୋଟି ସ୍ମାର୍ଟଫୋନରେ ଥିବା ଲୋକମାନଙ୍କ ବ୍ୟକ୍ତିଗତ ଡାଟା ବିପଦରେ  ପଡିଯାଇଛି । ଏହି ସ୍ପାଏଓ୍ବାର ଉଭୟ ଆଣ୍ଡ୍ରଏଡ ଓ ଅଇଫୋନକୁ ଆକ୍ରମଣ କରୁଛି ।

ମିଳିଥିବା ସୂଚନା ମୁତାବକ ଇସ୍ରାଏଲର ଦ ଏନଜିଓ ଗ୍ରୁପ ନାମକ ସଂସ୍ଥା ଏହି ସ୍ପାଏଓ୍ବାର ଅନୁପ୍ରବେଶ କରାଇଥିବା ସଂଦେହ କରାଯାଉଛି । ପ୍ରଥମେ ହ୍ବାଟ୍ସଆପରେ ଲୋକମାନଙ୍କ ପାଖକୁ ଏକ କଲ ଆସୁଛି, କଲକୁ ରିସିଭ କଲେ ଏହି ସଂଦିଗ୍ଧ ସଫ୍ଟଓ୍ବାରର କୋଡ ଗୋପନରେ ଲୋକମାନଙ୍କ ସ୍ମାର୍ଟଫୋନରେ ଇନଷ୍ଟଲ ହୋଇଯାଉଛି । ଥରେ ଇନଷ୍ଟଲ ହେବା ପରେ ହ୍ୟାକରମାନେ ଉକ୍ତ ସ୍ମାର୍ଟଫୋନର କଲ ଶୁଣିପାରିବା ସହ ଡାଟା ଆକସେସ କରିପାରିବେ । ଏହା ମାଧ୍ୟମରେ ବିଶ୍ବର କୋଟି କୋଟି ଲୋକଙ୍କ ଉପରେ ଗୋପନରେ ଗୁପ୍ତଚରବୃତ୍ତି କରାଯାଉଥିବା ସଂଦେହ କରାଯାଉଛି । ତେବେ ଆସ୍ବସ୍ତିର କଥା ହେଉଛି ଯେ ଏହି ବିପଦରୁ ରକ୍ଷା କରିବା ପାଇଁ ହ୍ବାଟ୍ସଆପ ନିଜର ନୂଆ ଅପଡେଟରେ କେତେକ ବ୍ୟବସ୍ଥା କରିଛି । ଲୋକମାନେ ନିଜର ହ୍ବାଟ୍ସଆପ ଆପକୁ ଅପଡେଟ କରି ଏହି ସ୍ପାଏଓ୍ବାର ଆକ୍ରମଣରୁ ନିଜ ଫୋନକୁ ରକ୍ଷା କରିପାରିବେ ।

 

ସମ୍ବନ୍ଧିତ ଖବର