ଲୋକଙ୍କ ମୋବାଇଲକୁ ଆସୁଛି ଏହି ସଂଦିଗ୍ଧ ଏସଏମଏସ, ସେଥିରେ ଥିବା ଲିଙ୍କ କ୍ଲିକ କଲେ କଥା ସରିଲା

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣ ନାଁରେ ପଠାଯାଉଥିବା କେତେକ ସଂଦିଗ୍ଧ ଏସଏମଏସ ପ୍ରତି ସତର୍କ ରହିବାକୁ ସତର୍କ କରାଇଦେଇଛି ଦେଶର ପ୍ରମୁଖ ସାଇବର ସିକ୍ୟୁରିଟି ସଂସ୍ଥା ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ (ସିଇଆରଟି-ଆଇଏନ) । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଆୟକର ବିଭାଗ ନାଁରେ କେତେକ ସଂଦିଗ୍ଧ ଏସଏମଏସ ଆସୁଛି ।  ଏହି ସଂଦିଗ୍ଧ ଏସଏମଏସର ନାଁ ରଖାଯାଇଛି ଏସଏମଏସହିଙ୍ଗ(SMShing) । ଏହା ଏକ ପ୍ରକାରର ଠକେଇ ଏସଏମଏସ । ଏହା ମାଧ୍ୟରେ ଲୋକମାନଙ୍କ ପାଖକୁ ଏକ ଏସଏମଏସ ଆସେ  ଯେ ତାଙ୍କର ଆୟକର ରିଫଣ୍ଡ ଆପ୍ରୁଭ ହୋଇଯାଇଛି । ଏହି ଏସଏମଏସ ଆୟକର ବିଭାଗ ତରଫରୁ ପଠାଯାଇଛି ବୋଲି ଲେଖାଥାଏ ଓ ସେଥରେ ଏକ ଲିଙ୍କ ଥାଏ । ସେହି ଲିଙ୍କକୁ କ୍ଲିକ କଲେ ତାହା ସଂପୃକ୍ତ ଆୟକରଦାତାର ସବୁ ବ୍ୟକ୍ତିଗତ (ଆର୍ଥିକ ତଥ୍ୟ) ଚୋରାଇ ନିଏ ଓ ତାହାକୁ ବିଭିନ୍ନ ଠକେଇ କାମରେ ବ୍ୟବହାର କରାଯାଏ ବା ଅନ୍ୟ ଠକ ସଂସ୍ଥାଙ୍କୁ ବିକ୍ରି କରିଦିଆଯାଏ । ଏହାଫଳରେ ସଂପୃକ୍ତ ବ୍ୟକ୍ତିର ବ୍ୟାଙ୍କ ଆକାଉଣ୍ଟ, ଆୟକର ଆକାଉଣ୍ଟ ହ୍ୟାକ ହୋଇଯାଏ । ସୂଚନାଯୋଗ୍ୟ ଯେ ଆୟକର ବିଭାଗ ଆୟକର ରିଟର୍ଣ୍ଣ ଦାଖଲ ତାରିଖକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସମ୍ବନ୍ଧିତ ଖବର