ସରକାରଙ୍କ ବଡ଼ ସଫଳତା,  ଆୟକର ରିଟର୍ଣ୍ଣ ଫାଇଲିଂ ୭୧% ବଢିଲା

ନୂଆଦିଲ୍ଲୀ : ଦେଶରେ ବିମୁଦ୍ରାୟନର ଲାଭ କ୍ଷତିକୁ ନେଇ ବିତର୍କ ଚାଲିଥିବାବେଳେ ସରକାରଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଚଳିତ ବର୍ଷ ଆୟକର ରିଟର୍ଣ୍ଣ ସଂଖ୍ୟାରେ ପ୍ରାୟ ୭୧ ପ୍ରତିଶତ ବୃଦ୍ଧି ହୋଇଛି । ଗତକାଲି ଆୟକର ରିଟର୍ଣ୍ଣ ପ୍ରଦାନର ଶେଷ ତାରିଖ ଥିବାବେଳେ ଆଜି ସରକାରଙ୍କ ପକ୍ଷରୁ ଜାରି ରିପୋର୍ଟରେ ଏକଥା କୁହାଯାଇଛି । ଏହି ରିପୋର୍ଟ ଅନୁସାରେ  ଏବର୍ଷ ପ୍ରାୟ ୫.୪୨ କୋଟି  ଆୟକର ରିଟର୍ଣ୍ଣ ଫାଇଲ କରିଥିବାବେଳେ ଗତ ବର୍ଷ ତାହା ୩.୧୭ କୋଟି ଟଙ୍କା ଥିଲା ।  ଆୟକର ରିଟର୍ଣ୍ଣ ସଂଖ୍ୟା ଆଶାତୀତଭାବେ ବଢିଥିବାରୁ ଏବର୍ଷ ସରକାରଙ୍କ ପ୍ରତ୍ୟକ୍ଷ ଟିକସ ଆଦାୟ ଉଲ୍ଲେଖନୀୟଭାବେ ବଢିବା ଆଶା କରାଯାଉଛି । ବିମୁଦ୍ରାୟନ ଯୋଗୁଁ ଅଧିକରୁ ଅଧିକ ଲୋକ  ଆୟକର ରିଟର୍ଣ୍ଣ ଦେଉଛନ୍ତି ବୋଲି କିଛିଦିନ ତଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ । ସେ କହିଥିଲେ ଯେ ବିମୁଦ୍ରାୟନର ଏକ ପ୍ରମୁଖ ଲକ୍ଷ୍ୟ ଥିଲା ଦେଶର ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସରକୁ ଆଣିବା । ସରକାର ଏହା କରିବାରେ ସଫଳ ହୋଇଛନ୍ତି ।

ସମ୍ବନ୍ଧିତ ଖବର