ବଜାରକୁ ଆସିଲା ଇଭୋ ଫୋନ, ୫ଟି ମଡେଲ ଲଞ୍ଚ୍‌

ନୂଆଦିଲ୍ଲୀ : ବ୍ରିଜୋ ପକ୍ଷରୁ ଭାରତରେ ଏହାର ସ୍ମାର୍ଟ ମୋବାଇଲ ଫୋନ୍‌ ଇଭୋର ଶୁଭାରମ୍ଭ କରାଯାଇଛି । ଏହି ବ୍ରାଣ୍ଡର ଶୁଭାରମ୍ଭ ସହିତ ୮ଟି ୨ଜି ଫିଚର ଫୋନର ଉନ୍ମୋଚନ କରାଯାଇଛି ଯାହାକି ୫ଟି ବିଭିନ୍ନ ଉତ୍ପାଦ ବର୍ଗ ଯେପରିକି ବିଟଜ, ପ୍ରାଇମୋ, ସେଲଫି, ଟଫ ଏବଂ ଭୋଲଟ ଅନ୍ତର୍ଭୁକ୍ତ ଅଟେ । କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ ଏହାର ପ୍ରଥମ ୪ଜି ସ୍ମାର୍ଟ ଫିଚର ଫୋନ୍‌ ସ୍କିପର ସହିତ ଷ୍ଟର୍ମ ସ୍ମାର୍ଟଫୋନ ସିରିଜ ଅ‘ର୍ଗତ ଦୁଇଟି ଆଣ୍ଡ୍ରଏଡ ଗୋ ୪ଜି ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଏହି ସମସ୍ତ ନୂତନ ଉତ୍ପାଦର ମୂଲ୍ୟ ମାତ୍ର ୬୪୯ ଟଙ୍କାରୁ ୫୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି । ପ୍ରାଥମିକ ଉତ୍ପାଦ ଶୁଭାରମ୍ଭର ଏକ ଅଂଶ ଅନୁଯାୟୀ, ବିଜ୍‌ ବର୍ଗରେ ୩ଟି, ପ୍ରାଇମୋ ବର୍ଗରେ ଦୁଇଟି ଏବଂ ଟଫ, ଭୋଲଟ ଏବଂ ସେଲଫି ବର୍ଗରେ ଗୋଟିଏ ଲେଖାଏଁ ଫିଚର ଫୋନର ଶୁଭାରମ୍ଭ କରାଯାଇଛି । ଏହି ସମସ୍ତ ଉତ୍ପାଦ ଗୁଡିକ ବିଭିନ୍ନ ବୈଶିଷ୍ଟ୍ୟ ତଥା କେ-ଟାଇପ ବକ୍ସ ସ୍ପିକର, ସକ-ପ୍ରୁଫ ଡିଜାଇନ, ଓୟାରଲେସ ଏଫଏମ, ଦୀର୍ଘ ସ୍ଥାୟୀ ବ୍ୟାଟେରୀ ଲାଇଫ, ଅଟୋମେଟିକ କଲ ରେକର୍ଡ଼ିଙ୍ଗ ଏବଂ ୱାନ ଟଚ ମ୍ୟୁଜିକ ଆକ୍ସେସ ସହିତ ଉପଲବ୍ଧ । ଇଭୋ ଆହୁରି ମଧ୍ୟ ହ୍ଵାଟସ ଅପ ଏବଂ ୱାଇ-ଫାଇ ଟେଥେରିଙ୍ଗ କ୍ଷମତା ବିଶିଷ୍ଟ ଏହାର ପ୍ରଥମ ସ୍ମାର୍ଟଫୋନ ସ୍କିପରର ଶୁଭାରମ୍ଭ କରିଛି । ଡିଜିଟାଲ ଆଡପସନ ଏବଂ ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନୀ ପକ୍ଷରୁ ଇଂରାଜୀ ବ୍ୟତୀତ ବହୁ ଭାଷା ସହଯୋଗ ପାଇଁ ହିନ୍ଦୀ, ଉର୍ଦ୍ଧୁ ପରି ୨୨ଟି ଭାରତୀୟ ଭାଷାକୁ ସପୋର୍ଟ କଲାଭଳି ସୁବିଧା ପ୍ରଦାନ କରାଯାଉଛି । ଏହାର ଅତ୍ୟାଧୁନିକ ଆଣ୍ଡ୍ରଏଡ ଓରିଓ (ଗୋ ସଂସ୍କରଣ)ରେ ୮ଏମପି ସମ୍ମୁଖ କ୍ୟାମେରା ସହିତ ଡୁଆଲ ସେଲଫି ଫ୍ଲାସ,୮ଏମପି ରିଅର କ୍ୟାମେରା ସହିତ ଫ୍ଲାସ ଏବଂ ଅଟୋ ଫୋକସ ସୁବିଧା ରହିଛି । ୧ଜିବିର ରାମ, ୮ଜିବି ଷ୍ଟୋରେଜ ସ୍ପେସ ଏବଂ ୨ଜିବି ରାମ ସହିତ ୧୬ ଜିବି ଷ୍ଟୋରେଜ ସ୍ପେସର ଦୁଇ ଭିନ୍ନ ଭାରିଆଣ୍ଟରେ ଉପଲବ୍ଧ । ଉଭୟ ଯାନ୍ତ୍ରିକ ଉପକରଣ ଆଣ୍ଡ୍ରଏଡ ଗୋ ଅପରେଟିଙ୍ଗ ସିଷ୍ଟମ ସହିତ ଅତ୍ୟାଧୁନିକ ୮.୧ ସଫ୍ଟଓୟାର ସହିତ ଓଏସ ଭରସନରେ ଉପଲବ୍ଧ ।

ସମ୍ବନ୍ଧିତ ଖବର