୨୦୧୯ରେ ଇସ୍ତଫା ଦେବେ ଜ୍ୟାକ୍‌ ମା’: ଆଲିବାବା

ବେଜିଙ୍ଗ୍‌: ଇ-କର୍ମସ୍‌ କମ୍ପାନି ଆଲିବାବାର ସହ-ସଂସ୍ଥାପକ ଓ ଅଧ୍ୟକ୍ଷ ଜ୍ୟାକ୍‌ ମା’ ୨୦୧୯ ମସିହା ସେପ୍ଟେମ୍ବର ୧୦ ତାରିଖରେ ଅବସର ଗ୍ରହଣ କରିବେ ବୋଲି ସୋମବାର ଦିନ କମ୍ପାନି ତରଫରୁ କୁହାଯାଇଛି।

ଚିଫ୍‌ ଏକ୍‌ଜୁକ୍ୟୁଟିଭ୍‌ ଅଧିକାରୀ ଡାନିଏଲ୍‌ ଝାଙ୍ଗ୍‌ଙ୍କୁ ନିଜର ଭୂମିକା ହସ୍ତାନ୍ତର କରିବା ପୂର୍ବରୁ କାରବାର ସୁରୁଖୁରୁରେ ଚାଲୁଛି ବୋଲି ନିଶ୍ଚିତ କରିବା ୧୨ ମାସ ଯାଏଁ ମା’ ଏକ୍‌ଜୁକ୍ୟୁଟିଭ୍‌ ଚେୟାର୍‌ମ୍ୟାନ୍‌ ଭାବେ ରହିବେ। ଏ କଥା ଆଲିବାବା ଏକ ବିବୃତିରେ କହିଛି।

ମା’ ଏକ ବିବୃତିରେ କହିଛନ୍ତି: ଆଗାମୀ ୧୨ ମାସ ଯାଏଁ ଏକ୍‌ଜୁକ୍ୟୁଟିଭ୍‌ ଚେୟାର୍‌ମ୍ୟାନ୍‌ ଭାବେ ରହି ନିର୍ବିଘ୍ନ ଓ ସଫଳ କାରବାର ନିଶ୍ଚିତ କରିବାକୁ ମୁଁ ଡାନିଏଲ୍‌ଙ୍କ ସହ ନିବିଡ଼ ଭାବେ କାର୍ଯ୍ୟ କରିବି।

ତା’ପରେ, ୨୦୨୦ରେ ହେବାକୁ ଥିବା ଆମର ବାର୍ଷିକ ସେୟାର୍‌ହୋଲ୍‌ଡର୍‌ ବୈଠକ ଯାଏଁ ମୁଁ ଆଲିବାବାର ବୋର୍ଡ ଅଫ୍‌ ଚେୟାର୍‌ମେନ୍‌ରେ ରହିବି।

ସୋମବାର ଦିନ ୫୪ ବର୍ଷରେ ପଦାର୍ପଣ କରିଥିବା ମା’ ୧୯୯୯ରେ ଆଲିବାବା ଆରମ୍ଭ କରିବା ପୂର୍ବରୁ ଜଣେ ଇଂରାଜୀ ଶିକ୍ଷକ ଥିଲେ।

ସମ୍ବନ୍ଧିତ ଖବର