ବାହାରିଲା ଅତ୍ୟାଧୁନିକ ଜ୍ୟାକେଟ୍‌, ଏଣିକି ମହିଳାଙ୍କୁ ଛୁଇଁଲେ ଲାଗିବ ୨୪ ବୋଲ୍‌ଟର ଇଲେକ୍ଟ୍ରିକ୍‌ ଝଟ୍‌କା

ମୁରାଦାବାଦ୍‌: ଦେଶର କୋଣ ଅନୁକୋଣରେ ନାରୀମାନଙ୍କ ଉପରେ ନିର୍ଯାତନା, ଅସଦାଚରଣର ମାତ୍ର ବଢ଼ିବାରେ ଲାଗିଛି। ଆଜିର ସମାଜରେ ଜଣେ ନାରୀଟିଏ ପୂରାପୂରି ଭାବେ ଅସୁରକ୍ଷିତ। ଏପରିସ୍ଥିତରେ ନାରୀମାନେ ଭାବିବାକୁ ବାଧ୍ୟ ହେଲେଣି ଯେ ଏମିତି କିଛି ହେଉ ଯାଉ ଯେପରି ସୁଇଚ୍‌ ମାରିବା ଦ୍ୱାରା ପୁଲିସ୍‌ ଆସି ପାଖରେ ପହଞ୍ଚୁ। ଏହା ଭାବନାକୁ ମୁରାଦାବାଦ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ଛାତ୍ର ବାସ୍ତବ ରୂପ ଦେବାକୁ ଚିନ୍ତା କରିଛନ୍ତି। ସେମାନେ ଏକ ସୁରକ୍ଷା ଜ୍ୟାକେଟ ତିଆରି କରିଛନ୍ତି। ଏଥିରେ ଇଲେକ୍ଟ୍ରିକାଲ୍‌ ସର୍କିଟ ବ୍ୟବହାର କରାଯାଇ ଜିପିଏସ୍‌ ଏବଂ ଜିଏସ୍‌ଏମ୍‌ ସିଷ୍ଟମ ଉପଯୋଗ କରାଯାଇଛି। ସେଥିରେ କ୍ୟାମେରା ବି ଫିଟ୍‌ କରାଯାଇଛି। ସିଷ୍ଟମ ଅନୁସାରେ, ମହିଳାଙ୍କୁ କେହି ଛୁଇଁବାକୁ ପ୍ରୟାସ କରି ସ୍ପର୍ଶ କରିବା ମାତ୍ରେ ହିଁ ଝଟ୍‌କା ଲାଗିବ। ଏହା ସହ ପୁଲିସ୍‌ ବି ଉଚିତ ସମୟରେ ଉପସ୍ଥିତ ହେବ।

ଦେଖିବାକୁ ତ ଏହା ସାଧାରଣ ଜ୍ୟାକେଟ ପରି। ଜ୍ୟାକେଟ୍‌ ଭିତରେ ସର୍କିଟ୍‌ ପ୍ଲେଟ୍‌କୁ ଏପରି ଭାବରେ ଲଗାଯାଇଛି ଫଳରେ ପିନ୍ଧିବା ବେଳେ ମହିଳାଙ୍କୁ ଅସହଜ ମନେ ହେବ ନାହିଁ। ଏହାର ବାମ ହାତ ପାଖରେ ଏକ ବଟନ୍‌ ଲଗାଯାଇଛି। କୌଣସି ପରିସ୍ଥିତିରେ ବି ମହିଳା ଏହାକୁ ଉପଯୋଗ କରିପାରିବେ। ଯଦି କେହି ବ୍ୟକ୍ତି ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତି ସେହି ବଟନ୍‌ ଦବାଇ ଦେଲେ ତାଙ୍କୁ ୨୪ ବୋଲ୍‌ଟର ଝଟ୍‌କା ଲାଗିବ। ତାପରେ ଜିଏସ୍‌ଏମ୍‌ ଜରିଆରେ ପୁଲିସ୍‌ ପାଖକୁ ଏକ ମେସେଜ ପଳାଇବ ଏବଂ ଜିପିଏସ୍‌ ମାଧ୍ୟମରେ ପୁଲିଓ୍‌ ଲୋକେସନ ବି ଟ୍ରାକ୍‌ କରିପାରିବ। ଜ୍ୟାକେଟ୍‌ର କଲର କିମ୍ବା ଚେନ୍‌ ପାଖରେ କ୍ୟାମେରା ଫିଟ୍‌ ରହିବ। ଏହି ପ୍ରୋଜେକ୍ଟ ତିଆରି କରିଥିବା ଛାତ୍ରମାନଙ୍କୁ ଅନେକ ପୁରସ୍କାର ମିଳି ସାରିଲାଣି। ତେବେ ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଜ୍ୟାକେଟର ମୂଲ୍ୟ ଅନ୍ୟ ସାଧାରଣ ଜ୍ୟାକେଟ୍‌ ପରି ରହିବ। ଏହାକୁ ସବୁ ବର୍ଗର ମହିଳା କିଣିପାରିବେ।

 

ସମ୍ବନ୍ଧିତ ଖବର