ଜାଗୁଆର୍‌ର ‘ଏଫ୍‌-ଫେସ୍‌’

ଭୁବନେଶ୍ୱର: ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତରେ ନିର୍ମାଣ କରାଯାଇଥିବା ଜାଗୁଆର ଏଫ୍‌-ଫେସ୍‌କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୬୦.୦୨ ଲକ୍ଷ ଟଙ୍କା ରହିଛି। ଏଥିରେ ୨ ଲିଟର, ଚାରି ସିଲିଣ୍ଡର ବିଶିଷ୍ଟ ଇଞ୍ଜେନିୟମ ଡିଜେଲ୍‌ ଇଞ୍ଜିନ ବ୍ୟବହାର କରାଯାଇଛି। ଭାରତରେ ଏଫ୍‌-ଫେସ୍‌କୁ ଉନ୍ମୋଚନ କରି ଆମେ ବହୁତ ଆନନ୍ଦିତ ବୋଲି କଂପାନିର ସଭାପତି ରୋହିତ ସୁରୀ କହିଛନ୍ତି। ଏଥିରେ ଆଡାପ୍‌ଟିଭ୍‌ ଏଲ୍‌ଇଡି ହେଡ୍‌ଲାଇଟ୍‌, ଆକ୍ଟିଭ କି, ଓ୍ଵାଇଫାଇ ହଟସ୍ପଟ ଏବଂ ୨୫.୯୧ ସେମିର ଟଚ ସ୍କ୍ରିନ ରହିଛି ।

ସମ୍ବନ୍ଧିତ ଖବର