ଭାରତୀୟ ବଜାରରେ ଜାଗୁଆରର ଲକଜୁରି କାର ଏକ୍ସ୍‌ଜେ-୫୦

ନୂଆଦିଲ୍ଲୀ : ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଏହାର ୫୦ ବର୍ଷ ପୂର୍ତି ଉପଲକ୍ଷେ ଜାଗୁଆର-ଏକ୍ସଜେ-୫୦ର ବଜାର ପ୍ରବେଶ କରାଯାଇଛି। ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ‘ଜାଗୁଆର ଲ୍ୟାଣ୍ଡ ରୋଭରର ଜାଗୁଆର-ଏକ୍ସଜେ-୫୦ ବଜାର ପ୍ରବେଶ ନେଇ ଆମେ ବେଶ୍‌ ଆନନ୍ଦିତ। ଏହା ବିଶ୍ୱର ଷ୍ଟାଇଲିସ୍‌ ସ୍ପୋର୍ଟିଂ ସାଲୁନ୍‌ ସାବ୍ୟସ୍ତ ହେବ ।

ଜାଗୁଆର-ଏକ୍ସଜେ-୫୦ରେ ହ୍ଵିଲ୍‌ ବେସ୍‌ ୩.୦, ୨୨୫ କେଡବ୍ଲ୍ୟୁ ଡିଜେଲ୍‌ ପାୱାର, ନୂଆ ୪୮.୨ ସେମି ହ୍ଵିଲ୍‌, କ୍ରୋମ୍‌ ରେଡିଏଟର ଗ୍ରିଲ. ଲକ୍ସରି କ୍ୟାବିନ୍‌, ସଫ୍ଟ-ଗ୍ରେନ୍‌ ଡାଇମଣ୍ଡ୍‌ ସିଟ୍‌, ଗିୟର ସିଫ୍ଟ୍‌ ପେଡାଲ, ବ୍ରାଇଟ୍‌ ମେଟାଲ ପେଡାଲ ଆଦି ବୈଶିଷ୍ଟ୍ୟ ରହିଛି ।

ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେ୍‌ ମଧ୍ୟରେ ଏକ୍ସଇର ମୂଲ୍ୟ ୩୯.୭୩ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍‌ର ମୂଲ୍ୟ ୪୯.୫୮ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଏଫ୍‌-ପେସ୍‌ର ମୂଲ୍ୟ ୬୩.୧୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏକ୍ସଜେର ମୂଲ୍ୟ ୧୦୨.୫୮ ଲକ୍ଷ ଟଙ୍କା, ଏଫ୍‌-ଟାଇପ୍‌ ମୂଲ୍ୟ ୯୦.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

ସମ୍ବନ୍ଧିତ ଖବର