ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ହେବାକୁ ସପ୍ତାହେ ରହିଥିବାବେଳେ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ଭେଟିଛନ୍ତି। ସେହିଭଳି ମୁଦ୍ରାନୀତି କମିଟିର ବୈଠକ ମଧ୍ୟ ଆସନ୍ତା ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ହେବ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା ବୈଠକ। ଆସନ୍ତା ବୈଠକରେ ସୁଧ ହାର ସମ୍ପର୍କରେ ନିଷ୍ପତ୍ତି ନେବା ସମୟରେ କମିଟି ଅର୍ଥନୀତିର ବିଭିନ୍ନ ପ୍ରସଙ୍ଗକୁ ବିଚାରକୁ ନେବେ। ଏତଦବ୍ୟତୀତ ଆସନ୍ତା ସପ୍ତାହରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ ପେମେଣ୍ଟ ବ୍ୟାଙ୍କ ମୁଖ୍ୟମାନଙ୍କୁ ମଧ୍ୟ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ।
ଜେଟ୍ଲିଙ୍କୁ ଭେଟିଲେ ଶକ୍ତିକାନ୍ତ
/sambad/media/post_attachments/wp-content/uploads/2019/03/download-91.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)