ଯାଜପୁର, ବ୍ରହ୍ମପୁରରେ କେଟିଏମ୍‌ର ଷ୍ଟଣ୍ଟ୍‌ ସୋ’

ଭୁବନେଶ୍ୱର: କେଟିଏମ୍‌ ପକ୍ଷରୁ ଯାଜପୁର ଓ ବ୍ରହ୍ମପୁରଠାରେ ଷ୍ଟଣ୍ଟ୍‌ ସୋ’ ଆୟୋଜନ କରାଯାଇଛି। ପ୍ରଫେସନାଲ୍‌ ଷ୍ଟଣ୍ଟ୍‌ ପ୍ରଦର୍ଶନକାରୀମାନେ କଂପାନିର ବାଇକ୍‌ଗୁଡ଼ିକରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଛନ୍ତି। ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ସହିତ ଷ୍ଟଣ୍ଟ୍‌ ସୋ’ ଆୟୋଜନ କରାଯାଇଥିଲା। ବ୍ରହ୍ମପୁରର ରାମଲିଙ୍ଗମ୍‌ ମନ୍ଦିର ପାର୍କିଂ ନିକଟରେ ଓ ଯାଜପୁର ରୋଡ୍‌ର ଟାଉନ୍‌ ହଲ୍‌ରେ ଏହି ଷ୍ଟଂଟ୍‌ ସୋ ଆୟୋଜନ କରାଯାଇଥିଲା। କେଟିଏମ୍‌ ପ୍ରେମୀମାନେ କେଟିଏମ୍‌ ବାଇକ୍‌୍‌ଗୁଡ଼ିକୁ ବ୍ରହ୍ମପୁରର ଶିବଶକ୍ତି ଅଟୋମୋବାଇଲସ୍‌ ଓ ଯାଜପୁର ରୋଡ୍‌ର ପାଣିକୋଇଲିରେ ଥିବା ମହମ୍ମଦ ଜବଲପୁରରୁ କିଣିପାରିବେ।

ସମ୍ବନ୍ଧିତ ଖବର