ଜନ ଧନ ଜମା ୯୦ ହଜାର କୋଟି ଟପିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଖାତାଗୁଡ଼ିକରେ ଗତ ଜାନୁଆରି ୩୦ ତାରିଖ ସୁଦ୍ଧା ୮୯,୨୫୭ ‌କୋଟି ଟଙ୍କାର ଜମା ରାଶି ଥିଲା। ଖୁବ୍‌ଶୀଘ୍ର ଏହି ଜମାରାଶି ପରିମାଣ ୯୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଯିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ୨୦୧୭ ମାର୍ଚ ପରେ ଜନ ଧନ ଖାତାଗୁଡ଼ିକରେ ଜମା ରାଶି ପରିମାଣ ବଢ଼ିବା ଆରମ୍ଭ ହୋଇଥିଲା। ଏହି ଖାତା ଉପରେ ମିଳୁଥିବା ଦୁର୍ଘଟଣା ବୀମା ରାଶିକୁ ସରକାର ଦୁଇ ଗୁଣା ବୃଦ୍ଧି କରି ଦୁଇ ଲକ୍ଷ ଟଙ୍କା କରିଦେଇଛନ୍ତି।

ସମ୍ବନ୍ଧିତ ଖବର