ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜାପାନ ଆଗ୍ରହୀ

ଭୁବନେଶ୍ବର: ଭାରତର ବିଭିନ୍ନ ସ୍ଥାନରେ ଜାପାନର ଶତାଧିକ କଂପାନି କାରବାର କରୁଛନ୍ତି। ଓଡ଼ିଶାରେ ମଧ୍ୟ ଶିଳ୍ପ ପ୍ରତିଷ୍ଠା କରିବାକୁ ଜାପାନ ଆଗ୍ରହ ପ୍ରକାଶ କରିଛି। କଲ୍‌କାତାର ଜାପାନ କନ୍‌ସଲ୍‌ ଜେନେରାଲ୍‌ ମାସାୟୁକି ଟାଗା ଏହା କହିଛନ୍ତି। ଆଜି ସେ ରାଜ୍ୟ ସଚିବାଳୟ ଗସ୍ତ କରି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ନଭେମ୍ବରରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଜାପାନ ସହଯୋଗୀ ରାଷ୍ଟ୍ର ଭାବେ ଯୋଗଦେବ। କନ୍‌କ୍ଲେଭ୍‌ରେ ଜାପାନରୁ ଅଧିକରୁ ଅଧିକ ସଂଖ୍ୟକ ପୁଞ୍ଜନିବେଶକାରୀ ଅଂଶଗ୍ରହଣ ପାଇଁ ଉଦ୍ୟମ କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଟାଗାଙ୍କୁ ଅନୁରୋଧ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଓଡ଼ିଶାରେ ଖଣିଜ ସଂପଦ, ବନ୍ଦର, ଭିତ୍ତିଭୂମି ଆଦି କ୍ଷେତ୍ରରେ ଜାପାନ ପାଇଁ ନିବେଶ ସୁଯୋଗ ରହିଛି।

ସମ୍ବନ୍ଧିତ ଖବର