ଜେଇଇ ଆଡ୍‌ଭାନ୍ସଡ୍‌ ୨୦୧୯, ଫିଟ୍‌ଜିର କ୍ରମାଗତ ପଞ୍ଚମ ସଫଳତା

ଭୁବନେଶ୍ବର: ଜେଇଇ ଆଡଭାନ୍ସଡ ୨୦୧୯ରେ ଫିଟ୍‌ଜିର କଟକ ଓ ଭୁବନେଶ୍ବର ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ହାସଲ କରିଛନ୍ତି। ଏହି ସଂସ୍ଥା କ୍ରମାଗତ ପଞ୍ଚମ ଥର ପାଇଁ ରାଜ୍ୟର ଅଗ୍ରଣୀ ରୢାଙ୍କଧାରୀ ଛାତ୍ର ସୃଷ୍ଟି କରିଛି। ଅନୁଷ୍ଠାନର ଚାରିବର୍ଷିଆ କ୍ଲାସ୍‌ରୁମ୍ ଛାତ୍ର ସୟାନ୍ତନ ଧର ସର୍ବଭାରତୀୟ ସ୍ତରରେ ୫୧ତମ ରୢାଙ୍କ ହାସଲ କରିଛନ୍ତି। ଶିବାଶିଷ ନାୟମ ୫୮ତମ ରୢାଙ୍କ ହାସଲ କରିଥିବା ବେଳେ ପ୍ରତୀକ ଚୌଧୁରୀ ୮୩ତମ ରୢାଙ୍କ ହାସଲ କରିଛନ୍ତି। ଫିଟଜି କଟକ ଓ ଭୁବନେଶ୍ବରର କେନ୍ଦ୍ରର ୧୧୩ ଛାତ୍ରଛାତ୍ରୀ ସଫଳତା ପାଇଥିବା ବେଳେ ଶ୍ରେଷ୍ଠ ୧୦୦ରେ ଏହା ୩ ଜଣ ଓ ଶ୍ରେଷ୍ଠ ୧୦୦୦ରେ ସାତ ଜଣ ଛାତ୍ରଛାତ୍ରୀ ଅଛନ୍ତି ବୋଲି ଫିଟ୍‌ଜିର ଭୁବନେଶ୍ବର ସେଣ୍ଟର ମୁଖ୍ୟ ରଣଜୟ ବର୍ଦ୍ଧନ ଓ ଫିଟ୍‌ଜି ଓଡ଼ିଶାର ମେଣ୍ଟର୍‌ ପି କେ ଦାଶ କହିଛନ୍ତି।

ସମ୍ବିତଙ୍କୁ ଆଲେନ୍‌ର ସମ୍ବର୍ଦ୍ଧନା
ଭୁବନେଶ୍ବର: ଜେଇଇ ଆଡଭାନ୍ସଡ ୨୦୧୯ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ସମ୍ବିତ ବେହେରାଙ୍କୁ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସେ କୋଟାରେ କୋଚିଂ ଗ୍ରହଣ କରୁଥିଲେ ଏବଂ ଆଲେନ୍‌ର ଦୁଇ ବର୍ଷିଆ କ୍ଲାସରୁମ୍ କାର୍ଯ୍ୟକ୍ରମର ଛାତ୍ର ଥିଲେ। ତାଙ୍କର କମନ୍ ରୢାଙ୍କ ଲିଷ୍ଟ୍ ହେଉଛି ୪୫। ସମ୍ବିତଙ୍କୁ ଆଲେନ୍‌ର ସେଣ୍ଟର୍‌ ମୁଖ୍ୟ ଅନୁରାଗ ମିଶ୍ର ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ ପରୀକ୍ଷା ପାଇଁ କୋଟାରେ କରୁଥିବା ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ ଏବଂ ଆଲେନ୍‌ର ଫାକଲ୍‌ଟିମାନେ କିଭଳି ସହଯୋଗ ପ୍ରଦାନ କରିଥିଲେ ତାହା ଜଣାଇଥିଲେ। ଏହି ଅବସରରେ ଅନ୍ୟ ଫାକଲ୍‌ଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ଶ୍ରେଷ୍ଠ ୧୦୦ରେ ଭାଇବ୍ରାଣ୍ଟ୍‌ ଏକାଡେମିର ୨
ଭୁବନେଶ୍ବର: ଜେଇଇ ଆଡଭାନ୍ସଡ୍ ୨୦୧୯ର ଶ୍ରେଷ୍ଠ ୧୦୦ ରୢାଙ୍କ ଭିତରେ କୋଟାର କୋଚିଂ ପ୍ରତିଷ୍ଠାନ ଭାଇବ୍ରାଣ୍ଟ୍ ଏକା‌ଡେମିର ୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି। କୋଟାର କ୍ଲାସରୁମ୍ ଛାତ୍ର ନବନୀତ ଜିନ୍ଦଲ ସର୍ବଭାରତୀୟ ସ୍ତରରେ ୬୦ତମ ରୢାଙ୍କ ରଖିଥିବା ବେଳେ ସଜଳ ମିତ୍ତଲ ୬୮ତମ ରୢାଙ୍କ ହାସଲ କରିଛନ୍ତି। ଏସ୍‌ଟି ବର୍ଗରେ ନାବାରୁନ୍‌ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଶ୍ରେଷ୍ଠ ୫୦୦ ଭିତରେ ଭାଇବ୍ରାଣ୍ଟ୍‌ର ୧୧ ଓ ଶ୍ରେଷ୍ଠ ୧୦୦୦ରେ ୨୧ ଜଣ ବିଦ୍ୟାର୍ଥୀ ରହିଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ କୋଟା କ୍ୟାମ୍ପସରେ ଉତ୍ସବ ପାଳନ କରିଛନ୍ତି।

 

ସମ୍ବନ୍ଧିତ ଖବର