ଆମାଜନ୍‌ର ଅଂଶଧନ ପୁଣି ବିକିଲେ ଜେଫ୍‌ ବେଜୋସ୍‌

ଓ୍ଵାସିଂଟନ୍‌: ବିଶ୍ୱର ପ୍ରମୁଖ ଇ-କମର୍ସ କମ୍ପାନି ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ପୁଣି ଅଂଶଧନ ବିକ୍ରି କରିଛନ୍ତି। ଏଥର ଆମାଜନ୍‌ରେ ବେଜୋସ୍‌ ୧.୩ ପ୍ରତିଶତ ଅଂଶଧନ ବିକ୍ରି କରିଛନ୍ତି ଓ ଏ ବାବଦରେ ତାଙ୍କୁ ୧.୧ ବିଲିଅନ ଡଲାର ଅର୍ଥ ମିଳିଛି। ଏହି ଅଂଶଧନ ବିକ୍ରି ପରେ ଆମାଜନ୍‌ରେ ବେଜୋସ୍‌ଙ୍କ ୧୬.୪ ପ୍ରତିଶତ ଅଂଶଧନ ରହିଛି। ଉଲ୍ଲେଖଯୋଗ୍ୟ ମହାକାଶକୁ ମନୁଷ୍ୟ ପଠାଇବା ସ୍ୱପ୍ନ ବେଜୋସ୍‌ଙ୍କର ରହିଛି। ଏଥିପାଇଁ ସେ ଆମାଜନ୍‌ରୁ ପ୍ରତିବର୍ଷ ପ୍ରାୟ ୧ ବିଲିଅନ ଡଲାରର ଅଂଶଧନ ବିକ୍ରି କରି ନିଜ ଦ୍ୱାରା ସ୍ଥାପିତ ରକେଟ କମ୍ପାନି ବ୍ଲୁ ଅରିଜିନ୍‌କୁ ପାଣ୍ଠି ଯୋଗାଇଦେବେ ବୋଲି ଚଳିତବର୍ଷ ଏପ୍ରିଲରେ କହିଥିଲେ। ଏହାପରେ ମେ ମାସରେ ସେ ୧ ନିୟୁତ ଅଂଶଧନ ବିକ୍ରି କରିଥିଲେ।

ସମ୍ବନ୍ଧିତ ଖବର