ବିଶ୍ୱର ଶୀର୍ଷ ଧନୀ ଜେଫ୍‌ ବେଜୋସ୍‌

ସାନ୍‌ଫ୍ରାନ୍‌ସିସ୍‌କୋ: ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ସ୍ଥାନ ବଜାୟ ରଖିଛନ୍ତି। ଫୋର୍ବସ୍‌ ଅନୁଯାୟୀ, ଜେଫ୍‌ଙ୍କ ସମ୍ପତ୍ତି ପରିମାଣ ହେଉଛି ୧୪୧.୯ ବିଲିଅନ ଡଲାର। ମାଇକ୍ରୋଫ୍ଟର ମୁଖ୍ୟ ବିଲ୍‌ ଗେଟ୍‌ସଙ୍କ ୯୨.୮ ବିଲିଅନ୍‌ ଡଲାର ସମ୍ପତ୍ତି ତୁଳନାରେ ଜେଫ୍‌ଙ୍କ ସମ୍ପତ୍ତି ମୂଲ୍ୟ ୪୯ ବିଲିଅନ୍‌ ଡଲାର ଅଧିକ। ଜୁନ୍‌ ୧ ତାରିଖଠାରୁ ଇତି ମଧ୍ୟରେ ଜେଫ୍‌ ବେଜୋସ୍‌ଙ୍କ ସମ୍ପତ୍ତି ୫ ବିଲିଅନ ଡଲାରରୁ ଅଧିକ ବୃଦ୍ଧି ଘଟିଛି। ୮୨.୨ ବିଲିଅନ୍‌ ଡଲାର ସମ୍ପତ୍ତି ସହିତ ଓ୍ଵାରେନ୍‌ ବଫେଟ୍‌ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର