ନୋଏଡାରେ କେଣ୍ଟ୍‌ ଆର୍‌ଓର ନୂଆ କାରଖାନା

ଭୁବନେଶ୍ବର: କେଣ୍ଟ୍‌ ଆର୍‌ଓର ନୂଆ ୱାଟର ପ୍ୟୁରିଫାୟର୍‌ କାରଖାନା ଉତ୍ତର ପ୍ରଦେଶର ନୋଏଡା ଠାରେ ଉଦ୍‌ଘାଟିତ ହୋଇଛି। ଏହା ହେଉଛି ଦେଶର ସବୁଠୁ ବଡ଼ ୱାଟର୍‌ ପ୍ୟୁରିଫାୟର୍‌ କାରଖାନା ‌ଓ ଏହା ଜରିଆରେ କଂପାନିର ୱାଟର୍‌ ପ୍ୟୁରିଫାୟର୍‌ ଉତ୍ପାଦନ କ୍ଷମତା ୫ ଲକ୍ଷରୁ ବୃଦ୍ଧି ପାଇ ୧୦ ଲକ୍ଷ ହେବ। ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ନୂଆ କାରଖାନାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କଂପାନିର ସିଏମ୍‌ଡି ଡକ୍ଟର ମହେଶ ଗୁପ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର