ଜେଟ୍‌ ଏୟାରୱେଜ୍‌ ସ୍ବାଧୀନ ନିର୍ଦ୍ଦେଶକ ବିକ୍ରମଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ବିମାନ ସେବା ପ୍ରଦାନକାରୀ କମ୍ପାନି ଜେଟ୍‌ ଏୟାରୱେଜ୍‌ର ସ୍ବାଧୀନ ନିର୍ଦ୍ଦେଶକ ବିକ୍ରମ ସିଂହ ମେହେଟ୍ଟା ଇସ୍ତଫା ଦେଇଛନ୍ତି। ଏହି ପଦରେ ଦାୟିତ୍ବ ନିର୍ବାହ କରିବା ଲାଗି ମେହେଟ୍ଟା ଅସାମର୍ଥ୍ୟ ପ୍ରକାଶ କରିଥିଲେ। ତେଣୁ ସ୍ବାଧୀନ ନିର୍ଦ୍ଦେଶକ ପଦରେ ‌ସେ ରହିବାକୁ ଚାହୁନାହାନ୍ତି ବୋଲି କହିଥିଲେ। ତେବେ ତାଙ୍କ ଇସ୍ତଫାକୁ କମ୍ପାନି ଗ୍ରହଣ କରିନେଇଥିବା ଜଣାପଡ଼ିଛି। ଏ ବାବଦରେ ମେ‌ହେଟ୍ଟା କହିଛନ୍ତି, ହଠାତ୍‌ ମୋ ସାମ୍ନାରେ ଅନେକ ଦାୟିତ୍ବ ମାଡ଼ିଆସିଥିଲା। ସେ ସବୁର ସାମ୍ନା କରିବା କଷ୍ଟକର ହୋଇଥିଲା। ଏଭଳି ପରିସ୍ଥିତିରେ ଜେଟ୍‌ ଏୟାରୱେଜ୍‌ରେ ନିଜ ଦାୟିତ୍ବ ନିର୍ବାହ କରିବା ନେଇ ସନ୍ଦିହାନ ହୋଇପଡ଼ିଥିଲି। ଶେଷରେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି। ତେବେ ଜେଟ୍‌ ଏୟାରୱେଜ୍‌ ବୋର୍ଡରେ ସମସ୍ତ ସହଯୋଗୀଙ୍କୁ ସେମାନଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି। ଉଲ୍ଲେଖଯୋଗ୍ୟ, ଆଗାମୀ ସୋମବାର କମ୍ପାନି ଏହାର ଦ୍ବିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରିବାକୁ ଥିବା ବେଳେ ମେହେଟ୍ଟା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର