ଜେଟ୍‌ ଏୟାର୍‌ୱେଜ୍ ସଂକଟ: ଡେପୁଟି ସିଇଓଙ୍କ ପରେ ଇସ୍ତଫା ଦେଲେ ସିିଇଓ ବିନୟ ଦୁବେ

ନୂଆଦିଲ୍ଳୀ: ଜେଟ୍‌ ଏୟାର୍‌ୱେଜର ଡେପୁଟି ସିଇଓ ଅମିତ ଅଗ୍ରଓ୍ଵାଲ୍‌ ଚାକିରି ଛାଡ଼ିବା ପରେ ପରେ ମଙ୍ଗଳବାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ବିନୟ ଦୁବେ ମଧ୍ୟ ଚାକିରିରୁ ଇସ୍ତଫା ଦେଇଛନ୍ତି। ବିନୟ ଦୁବେ ତାଙ୍କର ବ୍ୟକ୍ତିଗତ କାରଣ ହେତୁ ଚାକିରି ଛାଡ଼ିଥିବା କହିଛନ୍ତି।

ଅମିତ ଅଗ୍ରଓ୍ଵାଲ ସୋମବାର ଇସ୍ତଫା ଦେଇଥିବା ବେଳେ ବିନୟ ଦୁବେ ମଙ୍ଗଳବାର ଦିନ ଇସ୍ତଫା ଦେବା ପରେ କମ୍ପାନିକୁ ଏକ ବଡ଼ ଝଟକା ଲାଗିଛି।

ବିନୟ ଦୁବେଙ୍କ ଇସ୍ତଫା ସଂପର୍କରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ‘ବିନୟ ଦୁବେ ତାଙ୍କର ବ୍ୟକ୍ତିଗତ କାରଣରୁ କମ୍ପାନି ଛାଡୁଛନ୍ତି।’

ଉଲ୍ଳେଖଯୋଗ୍ୟ, ଅନେକ ଦିନ ହେବ କମ୍ପାନି ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କମ୍ପାନି ଯେଉଁ ଭଳି ଭାବେ ବଡ଼ ଧରଣର ଆର୍ଥିକ ସମସ୍ୟା ଦେଇ ଗତି କରୁଛି ଯଦି କମ୍ପାନି ପୁଣି ଥରେ ଆରମ୍ଭ ହୁଏ ତେବେ ସେତେଟା ଲାଭ ହୋଇପାରିବ ନାହିଁ। କମ୍ପାନି ଅନେକ ଦିନ ହେବ କର୍ମଚାରୀମାନଙ୍କୁ ଦରମା ଦେଇପାରି ନାହିଁ।

ସମ୍ବନ୍ଧିତ ଖବର