ଜେଟ୍‌ ଏୟାରୱେଜ୍ ଦରମା ନ ପାଇବା ନେଇ ଆସନ୍ତାକାଲିଠାରୁ ଉଡ଼ାଣ ଭରିବେ ନାହିଁ ୧୧୦୦ ପାଇଲଟ୍‌

ନୂଆଦିଲ୍ଲୀ: ଜେଟ୍‌ ଏୟାରୱେଜ୍ କମ୍ପାନି ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଜେଟ୍‌ ଏୟାର୍‌ଓଏଜ୍‌ରେ ବିମାନ ଉଡ଼ାଉଥିବା ପ୍ରାୟ ୧୧୦୦ ବିମାନ ଚାଳକ ଆସନ୍ତାକାଲି ଅର୍ଥାତ, ଏପ୍ରିଲ୍‌ ୧୫ ତାରିଖ ସକାଳ ୧୦ଟା ପରଠାରୁ ଆଉ ବିମାନ ଚଳାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ଜାଣିବାକୁ ମିଳିଛି ଯେ କମ୍ପାନି ଆର୍ଥିକ ସମସ୍ୟାରେ ଗତି କରୁଥିବା ହେତୁ ଗତ ଜାନୁଆରି ମାସରୁ ପାଇଲଟ୍‌, ଇଞ୍ଜିନୟର୍‌ ଏବଂ ବରିଷ୍ଠ ଅଧିକାରୀମାନେ ଦରମା ପାଇନାହାନ୍ତି। ସେହିପରି ବଳକା କର୍ମଚାରୀମାନେ ମାର୍ଚ ମାସରୁ ଦରମା ପାଇନାହାନ୍ତି।

‘ଗତ ସଢ଼େ ୩ ମାସ ହେବ ଆମକୁ ଦରମା ମିଳିନାହିଁ। କେବେ ମିଳିବ ତାହା ବି ଜଣାନାହିଁ। ତେଣୁ ଆମେ ନିଷ୍ପତ୍ତି ନେଇଛୁ ଯେ ଏପ୍ରିଲ୍‌ ୧୫ ଠାରୁ ଆମେ ଉଡ଼ାଣ ଭରିବୁ ନାହିଁ।’ ବୋଲି ଜଣେ କର୍ମଚାରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଏୟାରୱେଜ୍ ଷ୍ଟାଫ୍‌ମାନଙ୍କୁ ଠିକ୍‌ ଭାବେ ଦରମା ଦେଇନପାରିବା ହେତି କମ୍ପାନିର ପାଖାପାଖି ୩୦ ରୁ ୪୦ ପ୍ରତିଶତ ପାଇଲଟ୍‌ ସ୍ପାଇସ୍‌ ଜେଟ୍‌କୁ ଯାଇ ସାରିଲେଣି।

ସମ୍ବନ୍ଧିତ ଖବର