ଜେଟ୍‌ ଏୟାରୱେଜରେ ଆର୍ଥିକ ସଂକଟ: ମାସକ ଭିତରେ ୧୦ ଲକ୍ଷ ଯାତ୍ରୀଙ୍କର ହ୍ରାସ ପାଇଲା ଉଡ଼ାଣ ସୁବିଧା

ନୂଆଦିଲ୍ଳୀ: ଆର୍ଥିକ ସଂକଟ ହେତୁ ନିକଟରେ ଜେଟ୍‌ ଏୟାରୱେଜ ତା’ର ଅନେକଗୁଡ଼ିଏ ବିମାନ ଉଡ଼ାଣ ରଦ୍ଦ କରି ଦେଇଛି। ଏପ୍ରିଲ୍‌ ଶେଷ ପର୍ଯ୍ୟନ୍ତ କମ୍ପାନି ୧୩ଟି ଅନ୍ତର୍ଜାତୀୟ ମାର୍ଗକୁ ବିମାନ ଉଡ଼ାଣ ବନ୍ଦ କରି ଦେଇଥିବା ଜାଣିବାକୁ ମିଳିଛି।

ଫଳରେ ଜେଟ୍‌ ଏୟାରୱେଜର ୫୪ଟି ବିମାନ ଉଡ଼ାଣ ଭରିବାରୁ ବଞ୍ଚିତ ହୋଇଥିବା ସୂଚନା ରହିଛି। ଚିନ୍ତାର ବିଷୟ ହେଉଛି ଯେ ଏହି ଲୋକପ୍ରିୟ କମ୍ପାନିର ଅର୍ଥ ସଂକଟ ହେତୁ ଏକ ମାସ ମଧ୍ୟରେ ୧୦ ଲକ୍ଷ ସିଟ୍‌ କମ୍‌ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି।

ତଥ୍ୟରୁ ଜାଣିବାକୁ ମିଳିଛି ଯେ ଜାନୁଆରି ମାସରେ ଜେଟ୍‌ ଏୟାରୱେଜ ବିମାନର ୧୪.୩ ନିୟୁତ ସିଟ୍‌ ଅଭାବ ପରିଲିଖିତ ହୋଇଛି। ସେହିପରି ଫେବ୍ରୁଆରିରେ ୧୩.୪ ନିୟୁତ ସିଟ୍‌ କମିଛି। ଜେଟ୍‌ ଏୟାରୱେଜ ତା’ର ବିମାନ ଉଡ଼ାଣ ରଦ୍ଦ କରିବା କାରଣରୁ ଏପରି ଭାବେ ସିଟ୍‌ ସଂଖ୍ୟା କମିଛି ବୋଲି ଜାଣିବାକୁ ମିଳିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜେଟ୍‌ ଏୟାରୱେଜ ତୀବ୍ର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କାରଣରୁ କମ୍ପାନି ତା’ର ଅନେକଗୁଡ଼ିଏ ପ୍ରାୟ ୬୦ ପ୍ରତିଶତରୁ ଊର୍ଧ୍ୱ ବିମାନର ଉଡ଼ାଣ ରଦ୍ଦ କରିଦେଇଛି। କେବଳ ସେତିକି ନୁହେଁ, କମ୍ପାନି ପାଇଲଟ୍‌ମାନଙ୍କୁ ଦରମା ଠିକ୍‌ ସମୟରେ ଦେଇ ନ ପାରିବା କାରଣରୁ ଅନେକ ପାଇଲଟ୍‌ ଚାକିରି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର