ଜେଟ ଏୟାରୱେଜ୍ ଏପ୍ରିଲ ୧୯ ପର୍ଯ୍ୟନ୍ତ ରଦ୍ଦ କଲା ସମସ୍ତ ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ: ଜେଟ ଏୟାରୱେଜ୍ ନିଜର ଅନ୍ତର୍ଜାତୀୟ ଉଡାଣକୁ ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଛି। ବର୍ତ୍ତମାନ କମ୍ପାନିର କେବଳ ସାତଟି ବିମାନ ଉଡାଣ କରିବା ସ୍ଥିତିରେ ରହିଛି। ଏହାପୂର୍ବରୁ କମ୍ପାନି ସୋମବାର ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନକୁ ରଦ୍ଦ କରିବାକୁ ଘୋଷଣା କରିଥିଲା।

ଜେଟ ଏୟାରୱେଜ୍ ସିଇଓ ବିନୟ ଡୁବେଙ୍କ କହିବାନୁସାରେ, ବ୍ୟାଙ୍କ ସହିତ ହୋଇଥିବା ଆଲୋଚନାକୁ ବୋର୍ଡ ସମକ୍ଷରେ ମଙ୍ଗଳବାର ରଖା ଯାଇଛି। କମ୍ପାନି ସାର୍କ ଓ ଆସିୟାନ୍‌ ଦେଶ ବ୍ୟତୀତ ଟୋରଣ୍ଟୋ ଓ ପ୍ୟାରିସରେ ବି ଉଡାଣକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ରଦ୍ଦ କରି ଦେଇଛି।

Hindustan Times

ସୂଚନାଯୋଗ୍ୟ, ତିନିମାସ ହେବ ବେତନ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଜେଟ ଏୟାରୱେଜ୍ ପାଇଲଟ ଏବେ ଚାକିରି ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁହାରି କରିଛନ୍ତି। ପାଇଲଟଙ୍କ ସଙ୍ଗଠନ ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ (ଏନ୍‌ଏଜି) ସୋମବାର କହିଥିଲେ କି, କମ୍ପାନିର ସଞ୍ଚାଳନ ବନ୍ଦ ହୋଇଗଲେ ୨୦ହଜାର ଚାକିରି ବିପଦରେ ପଡ଼ିପାରେ। ଏହି ଅସୁବିଧାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହିଁ ସାହାଯ୍ୟ କରି ପାରିବେ।

ସମ୍ବନ୍ଧିତ ଖବର