ଜେଟକୁ କିଣିବା ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନି : ଟାଟା ସନ୍ସ

ମୁମ୍ବାଇ : କ୍ଷତିରେ ଚାଲୁଥିବା ଘରୋଇ ବିମାନ ସେବା କମ୍ପାନି ଜେଟ ଏୟାରେଓ୍ଵଜକୁ କିଣିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଟାଟା ସନ୍ସ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । କଥାବାର୍ତ୍ତା ଏବେ କେବଳ ପ୍ରାରମ୍ଭିକ ସ୍ତରରେ ରହିଛି ଓ ଅଧିଗ୍ରହଣ ପାଇଁ କୌଣସି ବିଧିବଦ୍ଧ ପ୍ରସ୍ତାବ  ଜେଟକୁ ଦିଆଯାଇନାହିଁ । ଏହା ଫଳରେ ଆଜି ଷ୍ଟକ ବଜାରରେ ଜେଟର ସେୟାର ମୂଲ୍ୟ ୧୨.୫ ପ୍ରତିଶତ ହ୍ରାସ ପାଇଛି ।

ଗତ ଶୁକ୍ରବାରଦିନ ଏକ ରିପୋର୍ଟ ଆସିଥିଲା ଯେ ଏହି ଅଧିଗ୍ରହଣ ବିଗତ କିଛି ମାସ ଧରି ଜେଟ ଓ ଟାଟା ଏସଆଇଏ ଏୟାରଲାଇନ୍ସ ମଧ୍ୟରେ କଥାବାର୍ତ୍ତା ଚାଲିଛି ଓ  ଉଭୟ ପକ୍ଷ ମଧ୍ୟରେ କେତେକ ବିଷୟରେ ସହମତି ଆସିଛି । ଏହା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଟାଟାଏସଆଇଏ ଏୟାରଲାଇନ୍ସ ଓ ଜେଟ ଏୟାରେଓ୍ଵଜ ମଧ୍ୟରେ ମିଶ୍ରଣ ହେବ । ଏହି ନୂଆ କମ୍ପାନିରେ ଟାଟା, ସିଂଗାପୁର ଏୟାରଲାଇନ୍ସ, ଏତିହାଡ ଓ ନରେଶ ଗୋଏଲଙ୍କ ଅଂଶଧନ ରହିବ । ୨ୟ ପର୍ଯ୍ୟାୟରେ ସିଂଗାପୁର ଏୟାରଲାଇନ୍ସ  ନରେଶଗୋଏଲ ପରିବାରର ସବୁ ଅଂଶଧନ ଖରିଦ କରିବ । ଏହା ଫଳରେ ନରେଶ ଗୋଏଲ ଓ ପରିବାର ସମ୍ପୂର୍ଣ୍ଣ ଭାବେ ଜେଟରୁ ବାହାରି ଯିବେ । କିନ୍ତୁ ଆଜି ଟାଟା ସନ୍ସର ଏହି ଘୋଷଣା ପରେ ଜେଟର ଭାଗ୍ୟ ପୁଣି ଅନ୍ଧାରକୁ ଠେଲି ହୋଇଯାଇଛି ।

ସମ୍ବନ୍ଧିତ ଖବର