ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ ପାଇଁ ବିଭିନ୍ନ ପ୍ରକାର ଅଡ଼ୁଆ ବଢ଼ିବାରେ ଲାଗିଛି। ଆର୍ଥିକ ସ୍ଥିତି ଖରାପ ହେବା ପରେ ବନ୍ଦ ହୋଇଯାଇଥିବା ଏହି ଏୟାରଲାଇନ୍ସର ସ୍ବତନ୍ତ୍ର ଅଡିଟ୍ ଆୟକର ବିଭାଗ କରିବ। ଏଥିପାଇଁ ବିଭାଗ ପକ୍ଷରୁ ଜଣେ ସ୍ବାଧୀନ ଅଡିଟରଙ୍କୁ ନିଯୁକ୍ତି ଦିଆଯିବ। ଜେଟ୍ ଏୟାରୱେଜ୍ ଏହାର ଦୁବାଇଭିତ୍ତିକ ସଂସ୍ଥାକୁ ଯେଉଁ କମିସନ୍ ପ୍ରଦାନ କରିଛି ସେଥିରେ ୮୫୦ କୋଟି ଟଙ୍କାର ଟିକସ ଠକେଇ ହୋଇଛି। ଏଥିପାଇଁ ଏହି ସ୍ବତନ୍ତ୍ର ଅଡିଟ୍ ହେବ ବୋଲି ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଜେଟ୍ର ଅଡିଟ୍ କରିବ ଆୟକର ବିଭାଗ
/sambad/media/post_attachments/wp-content/uploads/2019/05/jet.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)