ଆଜି ରାତିରେ ଘରୋଇ ରୁଟରେ ବିମାନ ଚଳାଚଳ ବନ୍ଦ କରିପାରେ ଜେଟ୍‌ ଏୟାରୱେଜ୍

ନୂଆଦିଲ୍ଲୀ: ପ୍ରାୟ ୮ ହଜାର କୋଟି ଋଣ ସହ ଦେବାଳିଆ ସ୍ଥିତିରେ ପହଞ୍ଚିଥିବା ଘରୋଇ ବିମାନ ସେବା କମ୍ପାନି ଜେଟ ଏୟାରୱେଜ୍ ଆଜି ରାତି ପାଇଁ ନିଜର ସବୁ ଘରୋଇ ଫ୍ଲାଇଟ ସ୍ଥଗିତ ରଖିବାର ସମ୍ଭାବନା ରହିଛି । ଜରୁରୀ ଆବଶ୍ୟକତା ପାଇଁ କମ୍ପାନି ନିଜର ଋଣଦାତାମାନଙ୍କୁ ମାଗିଥିବା ୪୦୦ କୋଟି ଟଙ୍କା ନ ମିଳିବାରୁ କମ୍ପାନି ଏହି କଠୋର ନିଷ୍ପତ୍ତି ନେଇପାରେ ।

ବ୍ୟାଙ୍କମାନେ ପୂର୍ବରୁ କମ୍ପାନିରେ ୧୫ଶହ କୋଟି ଟଙ୍କାର ଅର୍ଥ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାହା ଏପର୍ଯ୍ୟନ୍ତ ସମ୍ଭବ ନ ହେବାରୁ କମ୍ପାନି ନିତିଦିନିଆ ପରିଚାଳନା ପାଇଁ ୪୦୦ କୋଟି ଟଙ୍କା ପ୍ରଦାନ ପାଇଁ ବ୍ୟାଙ୍କ କନସୋର୍ଟିଅମକୁ ଅନୁରୋଧ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏ ନେଇ ନିଷ୍ପତ୍ତି ହୋଇନଥିବାରୁ କମ୍ପାନି ବିମାନ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନେଇପାରେ । କମ୍ପାନିର ପୂର୍ବରୁ ୧୨୩ଟି ବିମାନ ଚଳାଚଳ କରୁଥିବାବେଳେ ଏବେ ତାହା ମାତ୍ର ୫କୁ ଖସିଆସିଛି । ଏହା ଫଳରେ କମ୍ପାନି ବାଧ୍ୟ ହୋଇ ନିଜର ଅନ୍ତର୍ଜାତୀୟ ଅପରେସନକୁ ବନ୍ଦ କରିଛି । କିନ୍ତୁ ଘରୋଇ ଅପରେସନ ବନ୍ଦ କଲେ କମ୍ପାନିର ସ୍ଥିତି ଆହୁରି ସାଙ୍ଘାତିକ ହେବ ।

ସମ୍ବନ୍ଧିତ ଖବର