ସ୍ପାଇସ୍‌ଜେଟ୍‌କୁ ଚାକିରି ମାଗିବା ପାଇଁ ଯାଇଥିବା ବେଳେ ଅସମ୍ମାନିତ ହେଲେ ଜେଟ୍‌ ପାଇଲଟ୍‌

ନୂଆଦିଲ୍ଲୀ : କିଛି ଦିନ ତଳେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରେଓ୍ଵଜ୍‌ରେ ତାଲା ପଡ଼ିଥିଲା । ୮,୦୦୦କୋଟି ଟଙ୍କାର ଋଣ ଶୁଝି ନ ପାରିବାରୁ କମ୍ପାନିକୁ ଦେବାଳିଆ ଘୋଷଣା କରାଯିବା ସହ ବନ୍ଦ କରି ଦିଆ ଯାଇଥିଲା । ଜେଟ୍‌ ବନ୍ଦ ହେବା ସହ ଏକା ସାଙ୍ଗରେ ୧୬,୦୦୦କର୍ମଚାରୀ ବେରୋଜଗାର ହୋଇ ଯାଇଥିବା ବେଳେ ସ୍ପାଇସ୍‌ଜେଟର  କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା । ତେବେ ପୂର୍ବରୁ ନିଯୁକ୍ତି ଦେଇଥିଲେ ମଧ୍ୟ ଏବେ ସ୍ପାଇସ୍‌ଜେଟ୍‌ ଜେଟ୍‌ର ଜଣେ ପାଇଲଟ୍‌ଙ୍କୁ ଅସମ୍ମାନିତ କରିଥିବା ଜଣାପଡ଼ିଛି । ପାଇଲଟ୍‌ଜଣଙ୍କ ଚାକିରି ଆଶାରେ ଯାଇଥିବା ବେଳେ ସ୍ପାଇସ୍‌ଜେଟ୍‌ର କର୍ମଚାରୀ ତାଙ୍କୁ ଏଭଳି କଥା କହିଥିଲେ, ଯାହା ତାଙ୍କୁ ଆଘାତ ଦେଇଥିଲା ।

oneindia.com

ସୂଚନା ମୁତାବକ, ସ୍ପାଇସ୍‌ଜେଟ୍‌ର ଏକ୍‌ଜିକ୍ୟୁଟିଭ୍‌ ନିଯୁକ୍ତି ପ୍ରକ୍ରିୟା ସମୟରେ ଜେଟ୍‌ର କର୍ମଚାରୀମାନଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଜେଟ୍‌ର ପାଇଲଟ୍‌ମାନଙ୍କୁ ଚାକିରି ଦେଇ ସ୍ପାଇସ୍‌ଜେଟ୍‌ ପରୋପକାର କରୁଛି ବୋଲି ସ୍ପାଇସ୍‌ଜେଟ୍‌ର ଏକ୍‌ଜିକ୍ୟୁଟିଭ୍‌ କହିବା ପରେ ଜେଟ୍‌ ପାଇଲଟ୍‌ଙ୍କୁ ଏହା ଖରାପ ଲାଗିଥିଲା ।

ସମ୍ବନ୍ଧିତ ଖବର