ଜିଓର ୧୯୯ ଟଙ୍କାରେ ଦିନକୁ ୧.୨ ଜିବି ଡାଟା ଅଫର

ମୁମ୍ବାଇ: ରିଲାଏନ୍‌ସ ଜିଓ ପକ୍ଷରୁ ହାପି ନିଉ ଅଫର ଘୋଷଣା କରାଯାଇଛି। ଏହି ଅଫରରେ କଂପାନି ୧୯୯ ଟଙ୍କା ଓ ୨୯୯ ଟଙ୍କା ଭଳି ଦୁଇଟି ପ୍ଲାନ୍‌ ଘୋଷରା କରିଛି। କଂପାନିର ଗ୍ରାହକମାନେ ୧୯୯ ଟଙ୍କା ରିଚାର୍ଜ କରି ୨୮ ଦିନ ପର୍ଯ୍ୟନ୍ତ ଦିନକୁ ୧.୨ ଜିବି ଡାଟା ପାଇପାରିବେ। ସେହିପରି ୨୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକମାନେ ଦିନକୁ ୨ ଜିବି ଡାଟା ପାଇପାରିବେ। ଗ୍ରାହକମାନେ ଅସୀମିତ କଲ୍‌ ଏବଂ ଏସ୍‌ଏମ୍‌ଏସ୍‌ ପାଇପାରିବେ। କଂପାନିର ଏକ ୧୪୯ ଟଙ୍କିଆ ପ୍ଲାନ୍‌ ରହିଛି ଯାହାକୁ ରିଚାର୍ଜ କରି ଗ୍ରାହକମାନେ ୨୮ ଦିନ ପର୍ଯ୍ୟନ୍ତ ଅସୀମିତ କଲ୍‌ ଏବଂ ଏସ୍‌ଏମ୍‌ଏସ୍‌ ସେବା ପାଇବା ସହିତ ୪ ଜିବି ଡାଟା ପାଇପାରିବେ।

ସମ୍ବନ୍ଧିତ ଖବର