ମାର୍ଚ୍ଚରେ ଓଡ଼ିଶାରେ ଜିଓ ଯୋଡିଲା ୩.୯୭ ଲକ୍ଷ ନୂଆ ଗ୍ରାହକ

ଭୁବନେଶ୍ୱର :  ରିଲାଏନ୍ସ ଜିଓ  ଅନ୍ୟ  ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ପଛରେ ପକାଇ ମାର୍ଚ୍ଚ ମାସରେ ପୁଣି ଥରେ ସର୍ବାଧିକ ନୂତନ ଗ୍ରାହକ ଯୋଡ଼ିଥିବା  ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ(ଟ୍ରାଇ) ପକ୍ଷରୁ ୨୦୧୯ ମାର୍ଚ୍ଚ ମାସ ପାଇଁ ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଏହି ଗ୍ରାହକ ତଥ୍ୟ ଅନୁସାରେ, ୨୦୧୯ ମାର୍ଚ୍ଚରେ ରିଲାଏନ୍ସ ଜିଓ ସର୍ବାଧିକ ୩.୯୭ ଲକ୍ଷ ନୂତନ ଗ୍ରାହକ ନିଜ ସହ ଯୋଡ଼ିଥିବା ବେଳେ ଏହା ପଛକୁ ବିଏସ୍ଏନ୍ଏଲ୍ ୪୬,୮୬୯ ସଂଖ୍ୟକ ଗ୍ରାହକ  ଯୋଡ଼ି ଦ୍ୱିତୀୟରେ ରହିଛି । ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ସହ  ରାଜ୍ୟର ଆଭ୍ୟନ୍ତରୀଣ ଇଲାକାମାନଙ୍କରେ ୪ଜି ସେବା ସଂପ୍ରସାରଣ ତଥା ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ଜିଓଫୋନ୍-‘ଇଣ୍ଡିଆ କା ସ୍ମାର୍ଟଫୋନ୍’ର ଗ୍ରାମାଞ୍ଚଳରେ ବହୁଳ ଲୋକପ୍ରିୟତା ଜିଓକୁ ସର୍ବାଧକ ନୂତନ ଗ୍ରାହକ ସଂଯୋଗ କରିବାରେ ସଫଳତା ଆଣି ଦେଇଛି ।   ଟ୍ରାଇ ରିପୋର୍ଟ ଅନୁସାରେ ୨୦୧୯ ମାର୍ଚ୍ଚ ମାସରେ  ସାମଗ୍ରିକ ଭାବେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୮.୨୮ ଲକ୍ଷ ହ୍ରାସ  ଘଟି ଏହା ୩.୨୭ କୋଟିରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର