ଜିଓ ଘୋଷଣା କଲା ହଲିଡେ ହଙ୍ଗାମା ଅଫର, ୩୯୯ ପ୍ଲାନ ଉପରେ ୧୦୦ ଟଙ୍କା ରିହାତି

ମୁମ୍ବାଇ : ଗ୍ରୀଷ୍ମ ଛୁଟି ଉପଲକ୍ଷେ ରିଲାଏନ୍ସ ଜିଓ ପକ୍ଷରୁ ଏକ ନୂଆ ପ୍ରି-ପେଡ ଅଫର ଘୋଷଣା କରାଯାଇଛି । ଏହାକୁ କୁହାଯାଉଛି ହଲିଡେ ହଙ୍ଗାମା ଅଫର । ଏହି ଅଫର ମାଧ୍ୟମରେ ଗ୍ରାହକମାନେ ପୂର୍ବରୁ ଥିବା ୩୯୯ ଟଙ୍କାର ପ୍ଲାନ ଉପରେ ୧୦୦ ଟଙ୍କାର ରିହାତି ମିଳିବ । ଅର୍ଥାତ ଆପଣ ୨୯୯ ଟଙ୍କାରେ ଏହି ପ୍ଲାନ ପାଇପାରିବେ । ତେବେ ଏହି ୧୦୦ ଟଙ୍କାର ରିହାତି ଦୁଇଟି ପର୍ଯ୍ୟାୟରେ ମିଳିବ । ପ୍ରଥମତଃ ମାଇ ଜିଓ ଆପ ମାଧ୍ୟମରେ ରିଚାର୍ଜ କଲେ ୫୦ ଟଙ୍କାର ରିହାତି ମିଳିବ । ପରବର୍ତ୍ତି ୫୦ ଟଙ୍କାଟି ମାଇ ଜିଓ ଆପରେ ରିଚାର୍ଜ କଲାବେଳେ ଫୋନ ପେ ମାଧ୍ୟମରେ ପେମେଣ୍ଟ କଲେ ମିଳିପାରିବ । ଏବେ ଚାଲିଥିବା ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ଅଫର ଆରମ୍ଭ କରାଯାଇଛି । ତେବେ ଜୁନ୧ରୁ ଜୁନ ୧୫ ମଧ୍ୟରେ ରିଚାର୍ଜ କରି ଏହି ଅଫରର ସୁଯୋଗ ନେଇହେବ । ସୂଚନାଯୋଗ୍ୟ ଯେ ୩୯୯ ଟଙ୍କାର ପ୍ଲାନ ରିଚାର୍ଜ କଲେ ୮୪ ଦିନ ପାଇଁ ଦିନକୁ ୧.୫ ଜିବି ଡାଟା, ଦିନକୁ ୧୦୦ ଏସଏମଏସ ଓ ଅନଲିମିଟେଡ ଭଏସ କଲ ମିଳିପାରିବ । ଗତ କାଲି ଜିଓ ପକ୍ଷରୁ ସାମସଙ୍ଗ ଗାଲାକ୍ସି ଫୋନ ଉପରେ ୨୭୫୦ ଟଙ୍କାର କ୍ୟାସବ୍ୟାକ ପ୍ରଦାନ କରାଯିବା ବିଷୟ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର