ଜିଓ ପକ୍ଷରୁ ରେଡମି ଗୋ ଅଫର, ମିଳୁଛି ମନଲୋଭା କ୍ୟାସବ୍ୟାକ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ସ୍ୱତନ୍ତ୍ର ରେଡମି ଅଫର୍ ଘୋଷଣା କରାଯାଇଛି । ଏହି ଅଫର ମାଧ୍ୟମରେ ସାଓମି ରେଡ ଗୋ ସହିତ ଜିଓ ପକ୍ଷରୁ  ଆକର୍ଷଣୀୟ କ୍ୟାସବ୍ୟାକ୍ ଓ ଅତିରିକ୍ତ ଡାଟା ଏହି ଅଫରରେ ଉପଲବ୍ଧ ହେବ । ଏହି ଅଫରରେ ସ୍ୱତନ୍ତ୍ର ଭାବେ ୨୨୦୦ ଟଙ୍କାର କ୍ୟାସବ୍ୟାକ୍ ଏବଂ ୧୦୦ ଜିବିର ଅତିରିକ୍ତ ଡାଟା ମିଳିବ । ରେଡମି ଗୋ ୨୦୧୯ ମାର୍ଚ ୨୨ରୁ ସାରା ଭାରତରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।

ଶାଓମି ରେଡମି ଗୋ ମୋବାଇଲ୍ ପାଇଁ ଜିଓ ହେଉଛି ସ୍ୱତନ୍ତ୍ର ସହଯୋଗୀ ଏବଂ ଏହି ଅଫର ପ୍ରତିି ଭାରତୀୟଙ୍କ ପାଖରେ ଡିଜିଟାଲ୍ ଜୀବନ ଉପଲବ୍ଧ କରାଇବ । ଶାଓମି ରେଡମି ଗୋ ଉପରେ ୨୨୦୦ ଟଙ୍କାର କ୍ୟାସବ୍ୟାକ୍ ଓ ୧୦୦ ଜିବି ଅତିରିକ୍ତ ଡାଟା ୧୯୮ ଟଙ୍କା ଓ ୨୯୯ ଟଙ୍କାର ରିଚାର୍ଜ ସହିତ ଉପଲବ୍ଧ ହେବ ।  ଯୋଗ୍ୟ ଗ୍ରାହକଙ୍କ ମାଇଁଜିଓ ଆପ୍ରେ ୫୦ ଟଙ୍କା ଲେଖାଏଁ ମୂଲ୍ୟର ୪୪ଟି ରିହାତି କୁପନ୍ ଭାବେ ୨୨୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହି ଭାଉଚରଗୁଡ଼ିକୁ ୧୯୮ ଟଙ୍କା କିମ୍ବା ୨୯୯ ଟଙ୍କାର ରିଚାର୍ଜ ଉପରେ ରିଡିମ୍ ବା ବ୍ୟବହାର କରାଯାଇପାରିବ । ୧୯୮ ଟଙ୍କାର ରିଚାର୍ଜ ଉପରେ କ୍ୟାସବ୍ୟାକ୍ ଭାଉଚର୍ ବ୍ୟବହାର କଲେ ତାହା ୧୪୮ ଟଙ୍କାରେ ଉପଲବ୍ଧ ହେବ । ସେହିପରି ୨୯୯ ଟଙ୍କାର ରିଚାର୍ଜ ୨୪୯ ଟଙ୍କାରେ ଉପଲବ୍ଧ ହେବ । ଅତିରିକ୍ତ ୧୦୦ଜିବି ଡାଟାକୁ ଗ୍ରାହକମାନେ ୧୦ଜିବି ଲେଖାଏଁ ଡାଟା କୁପନ୍ ହିସାବରେ ପାଇବେ, ଯାହାକୁ ସେମାନେ ଏକ ନିର୍ଦିଷ୍ଟ ଅବଧିରେ ସର୍ବାଧିକ ୧୦ଟି ପରବର୍ତି ରିଚାର୍ଜରେ ଉପଯୋଗ କରିପାରିବେ ।

ସମ୍ବନ୍ଧିତ ଖବର