ଜିଓ ଘୋଷଣା କଲା ଗଣତନ୍ତ୍ର ଦିବସ ଅଫର, ପାଆନ୍ତୁ ୫୦ ଟଙ୍କା କମରେ ୫୦% ଅଧିକ ଡାଟା

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଗଣତନ୍ତ୍ର ଦିବସ ଅଫର ଘୋଷଣା କରାଯାଇଛି । ଏହାର ବିଶେଷତ୍ୱ ହେଉଛି ଯେ ପୂର୍ବରୁ ଘୋଷିତ ବିଭିନ୍ନ ପ୍ଲାନର ମୂଲ୍ୟ ୫୦ ଟଙ୍କା ଲେଖାଏଁ କମାଯାଇଥିବାବେଳେ ଡାଟା ୫୦ ପ୍ରତିଶତ ବଢାଯାଇଛି । ଏସବୁ ପ୍ଲାନ ସର୍ବନିମ୍ନ ୯୮ ଟଙ୍କାରୁ ଆରମ୍ଭ ହୋଇ ୪୯୮ ଟଙ୍କା ପର୍ଯ୍ୟନ୍ତ ରହିଛି ।
୯୮ ଟଙ୍କିଆ ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦିନକୁ ୨ଜିବି ଡାଟା ଓ ଅନଲିମିଟେଡ୍‌ ଭଏସ କଲିଂ ମିଳିପାରିବ । ପୂର୍ବରୁ ୯୮ ଟଙ୍କାରେ ମାତ୍ର ୧୪ ଦିନ ପାଇଁ ଏହି ସୁବିଧା ମିଳୁଥିଲା । ଅନ୍ୟପକ୍ଷରେ ୧୪୯ ଟଙ୍କିଆ ପ୍ଲାନ ପକାଇଲେ ଦିନକୁ ୧.୫ ଜିବି ଡାଟା ୨୮ ଦିନ ପାଇଁ, ୩୪୯ ଟଙ୍କିଆ ପ୍ଲାନ ପକାଇଲେ ୭୦ ଦିନ ପାଇଁ ଦିନକୁ ୧.୫ ଜିବି ଡାଟା ମିଳିପାରିବ । ସେହିପରି ୩୯୯ ଟଙ୍କା ପ୍ଲାନରେ ୮୪ ଦିନ ପାଇଁ ଦିନକୁ ୧.୫ ଜିବି ଡାଟା ମିଳିପାରିବ ।
ଅନ୍ୟପକ୍ଷରେ ପୂର୍ବରୁ ଜିଓର ମାତ୍ର ଗୋଟିଏ ଦୈନିକ ୨ ଜିବି ଡାଟା ପ୍ଲାନ ଥିବାବେଳେ, ଏବେ ୪ଟି ପ୍ଲାନ ରହିଛି । ୧୯୮ ଟଙ୍କାର ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦୈନିକ ୨ଜିବି ଡାଟା ମିଳିବ । ୩୯୮ ଟଙ୍କା ପ୍ଲାନ ପକାଇଲେ ୭୦ ଦିନ ପାଇଁ ଦୈନିକ ୨ଜିବି ଡାଟା ମିଳିବ ।

ସମ୍ବନ୍ଧିତ ଖବର