ଜିଓ ଗ୍ରାହକ ମାସକୁ ୫ ଗୁଣ ଅଧିକ ଡାଟା ବ୍ୟବହାର କରୁଛନ୍ତି

ମୁମ୍ବାଇ : ଦେଶରେ ରିଲାଏନ୍ସ ଜିଓର ଶସ୍ତା ସେବା ଆରମ୍ଭ ହେବା ପରେ ଲୋକମାନଙ୍କ ଡାଟା ବ୍ୟବହାର ୮ ଗୁଣ ବଢିଯାଇଛି । ବିଶେଷ କରି ଜିଓ ଫୋନ ଆସିବା ପରେ ଲୋକମାନେ ମାସକୁ ଏତେ ଡାଟା ବ୍ୟବହାର କରୁଛନ୍ତି ଯେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏକ ରିପୋର୍ଟରୁ ଜଣାପଡିଛି ଯେ ଜିଓଫୋନ ବ୍ୟବହାରକାରୀମାନେ ମାସକୁ ହାରାହାରି ପ୍ରାୟ ୭ ଜିବି ଡାଟା ବ୍ୟବହାର କରୁଛନ୍ତି, ଯେବେକି ଦେଶରେ ଲୋକମାନଙ୍କ ହାରାହାରି ଡାଟା ବ୍ୟବହାର ମାସକୁ ମାତ୍ର ୨ ଜିବି ରହିଛି । ତେବେ ଏହା ଏକ ହାରାହାରି ଡାଟା ମାତ୍ର, କେତେକ ଗ୍ରାହକ, ବିଶେଷକରି ଯୁବ ଉପଭୋକ୍ତା ତ ଦିନକୁ ୨ ରୁ ୩ ଜିବି ଡାଟା ଶେଷ କରି ଦେଉଛନ୍ତି । ଜିଓର ଗ୍ରାହକମାନେ ହାରାହାରି ମାସକୁ ୧୦ ଜିବି ଡାଟା ବ୍ୟବହାର କରୁଛନ୍ତି । ଏହାର ଅର୍ଥ ହେଉଛି ଦେଶର ଟେଲିକମ ଉଦ୍ୟୋଗର ହାରାହାରି ମାସିକ ବ୍ୟବହାରଠାରୁ ଏହା ୫ଗୁଣ ଅଧିକ ।

ଆସନ୍ତା ମାସରେ ରିଲାଏନ୍ସର ଜିଓଫୋନ-୨ ଆସିବା ପରେ ଓ ମନସୁନ ହଙ୍ଗାମା ଆରମ୍ଭ ହେବା ପରେ ଲୋକମାନଙ୍କ ଡାଟା ବ୍ୟବହାର ଆହୁରି ବଢିବା ନିଶ୍ଚିତ । ତେବେ ଆଗ ଅପେକ୍ଷା ଜିଓର ଡାଉନଲୋଡ ସ୍ପିଡ ଅନେକ ପରିମାଣରେ କମିଥିବା ମଧ୍ୟ ଅଭିଯୋଗ ହେଉଛି ।

ସମ୍ବନ୍ଧିତ ଖବର