ମୁମ୍ବାଇ : ରିଲାଏନ୍ସ ଜିଓ ପକ୍ଷରୁ ଗତ ମାସରେ ଘୋଷିତ ଟ୍ରିପିଲ କ୍ୟାସବ୍ୟାକ୍ ଅଫରକୁ ଆଉ ଥରେ ସଂପ୍ରସାରଣ କରାଯାଇଛି । ପୂର୍ବରୁ ଏହି ଅଫର ନଭେମ୍ବର ୨୫ରେ ସମାପ୍ତ ହେବାର ଥିଲା, କିନ୍ତୁ ଏହି ସମୟକୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବଢାଇଦିଆଯାଇଥିଲା । କିନ୍ତୁ ଏବେ ତାହାକୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ତେବେ ଏଥର ଏଥିରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଉଭୟ ନୂଆ ଓ ପୁରୁଣା ଗ୍ରାହକ ଏବେ ପେଟିଏମରୁ ମାତ୍ର ୧୫ ଟଙ୍କା କ୍ୟାସବ୍ୟାକ୍ ପାଇବେ । ପୂର୍ବରୁ ନୂଆ ୟୁଜରମାନେ ୫୦ ଟଙ୍କାର କ୍ୟାସବ୍ୟାକ୍ ପାଉଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓର ଟ୍ରିପିର କ୍ୟାସବ୍ୟାକ୍ ଅଫର ଅଧିନରେ ଜିଓ ପ୍ରାଇମ୍ ଗ୍ରାହକମାନେ ପ୍ରତି ରିଚାର୍ଜରେ ୨୫୯୯ ଟଙ୍କା ପର୍ଯ୍ୟନ୍ତ ଟ୍ରପିଲ କ୍ୟାସବ୍ୟାକ୍ ପାଇପାରିବେ । ଅଫର ପିରିୟଡ (୧୦ ନଭେମ୍ବର ରୁ ୨୫ ଡିସେମ୍ବର ମଧ୍ୟରେ ) ୩୯୯ ଟଙ୍କାର ପ୍ରତି ରିଚାର୍ଜ ଉପରେ ଏହି ଅଫର ମିଳିପାରିବ । ଜିଓ ପକ୍ଷରୁ ୫୦ ଟଙ୍କା ଲେଖାଏଁ ୮ଟି କ୍ୟାସବ୍ୟାକ୍ (ମୋଟ୍ ୪୦୦ ଟଙ୍କାର ) ଭାଉଚର ପ୍ରଦାନ କରାଯିବ । ଏସବୁ ଭାଉଚର ଗୁଡ଼ିକ ମାଇଜିଓ ଆପ୍ରେ ସଙ୍ଗେ ସଙ୍ଗେ ମିଳିପାରିବ ଓ ଭବିଷ୍ୟତରେ ରିଚାର୍ଜ କରିବା ଲାଗି ବ୍ୟବହାର କରିହେବ । ଏହାକୁ ଅନ୍ୟମାନଙ୍କୁ ମଧ୍ୟ ପ୍ରଦାନ ଦେଇହେବ । ଇନଷ୍ଟାଣ୍ଟ କ୍ୟାସ ବ୍ୟାକ୍ ପାଇବା ପାଇଁ ଏହା ଅନ୍ୟ ଡିଜିଟାଲ ଓ୍ଵାଲେଟ୍ ମାନଙ୍କ ସହ ମଧ୍ୟ ସହବନ୍ଧନ କରିଛି ।