ଆସନ୍ତା କାଲି ଆରମ୍ଭ ହେବ ଜିଓର ସାମସଙ୍ଗ ଗାଲାକ୍ସି ଏମ ସିରିଜ ଅଫର

ରିଲାଏନ୍ସ ଜିଓ ପକ୍ଷରୁ ଏବେ ସାମସଙ୍ଗ ସହବନ୍ଧନରେ କେବଳ ଜିଓ ଉପଭୋକ୍ତାମାନଙ୍କ ପାଇଁ ନୂତନଭାବେ ବଜ଼ାରକୁ ଆସିଥିବା ଗାଲାକ୍ସି ଏମ୨୦ଏବଂ ଗାଲାକ୍ସି ଏମ୧୦ ସ୍ମାର୍ଟଫୋନର ସ୍ୱତନ୍ତ୍ର ବିକ୍ରି ସମୟ ଧାର୍ଯ୍ୟ କରାଯାଇଛି । କେବଳ ଜିଓ ଉପଭୋକ୍ତାଙ୍କ ପାଇଁ ଶୁକ୍ରବାର (୨୨ଫେବୃୟାରୀ) ଦିନ ୧୨ଟାରୁ ଅପରାହ୍ନ ଏକଘଟିକା ଯାଏ ସ୍ୱତନ୍ତ୍ର ଭାବେ ବିକ୍ରି ପାଇଁ ଉପଲବ୍ଧ ହେବ ସାମସଙ୍ଗ ଗାଲାକ୍ସି ଏମସିରିଜ଼ ସ୍ମାର୍ଟଫୋନ । ଏଥିସହିତ ଜିଓ ଉପଭୋକ୍ତାମାନେ ସାମସଙ୍ଗ ଗାଲାକ୍ସି ଏମସିରିଜ଼ ଉପରେ ଜିଓ ଡବଲ ଡାଟା ଅଫର ଜରିଆରେ ୩୧୧୦ ଟଙ୍କା ମୂଲ୍ୟର ସଂଚୟ କରିପାରିବେ ।

ଏହି ସ୍ୱତନ୍ତ୍ର ବିକ୍ରୟ ସମୟରେ ଜିଓ ଉପଭୋକ୍ତାମାନେ ଅନ୍ୟମାନଙ୍କଠାରୁ ଆଗରୁ ସର୍ବଧୁନିକ ଏମସିରିଜ଼ ମୋବାଇଲ ଗାଲାକ୍ସିଏମ୨୦ ଏବଂ ଗାଲାକ୍ସି ଏମ୧୦ ସ୍ମାର୍ଟଫୋନ ନିଜର କରିପାରିବେ ସାମସଙ୍ଗ ଡଟ କମ  ର ସ୍ୱତନ୍ତ୍ର ଉଇଣ୍ଡୋ ଜରିଆରେ | ଜିଓ ଉପଭୋକ୍ତାମାନେ ଜିଓଡଟକମ ଏବଂମାଇଁ ଜିଓ ଆପ୍ପକୁ ଯାଇ ଏହି ସେଲବ୍ୟାନରରେ କ୍ଲିକକରି ଏହି ସେଲ ବା ସ୍ୱତନ୍ତ୍ର ବିକ୍ରୟର ଲାଭ ଉଠାଇପାରିବେ ।

ସମ୍ବନ୍ଧିତ ଖବର