ଦର ବଢ଼ାଇଲା ଜିଓ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଲୋକପ୍ରିୟ ୮୪ ଦିନିଆ ପ୍ଲାନ୍‌ର ମୂଲ୍ୟକୁ ୪୫୯ ଟଙ୍କାକୁ ବଢ଼ାଇ ଦିଆଯାଇଛି। ଏହି ପ୍ଲାନ୍‌ରେ ଗ୍ରାହକମାନେ ଅସୀମିତ କଲ୍‌, ଏସ୍‌ଏମ୍‌ଏସ୍‌ ସୁବିଧା ସହିତ ଦିନକୁ ୧ ଜିବିର ୪ଜି ଡାଟା ପାଉଛନ୍ତି। ୨୮ ଦିନ ବୈଧତା ବିଶିଷ୍ଟ ୧୪୯ ଟଙ୍କିଆ ପ୍ଲାନ୍‌ରେ କଂପାନି ଆଗକୁ ୨ ଜିବି ବଦଳରେ ଦୁଇ ଗୁଣା ଅଧିକ ଅର୍ଥାତ ୪ ଜିବି ଡାଟା ପାଇପାରିବେ।ଜିଓ ପକ୍ଷରୁ ଏକ ସପ୍ତାହର ବୈଧତା ଥିବା ୫୨ ଟଙ୍କିଆ ଏବଂ ଦୁଇ ସପ୍ତାହ ବୈଧତା ଥିବା ୯୮ ଟଙ୍କିଆ ପ୍ଲାନ୍‌ ପ୍ରଚଳନ କରିଛି। କଂପାନି ପକ୍ଷରୁ ୫୦୯ ଟଙ୍କିଆ ପ୍ଲାନ୍‌ରେ ପ୍ରଦାନ କରାଯାଉଥିବା ସୁବିଧାକୁ କମ୍‌ କରାଯାଇଛି। ଏହି ପ୍ଲାନ୍‌ର ବୈଧତା ୫୬ ଦିନରୁ କମାଇ ୪୯ ଦିନ କରାଯାଇଛି। ୯୯୯ ଟଙ୍କିଆ ପ୍ଲାନ୍‌ରେ ପୂର୍ବରୁ ୯୦ ଜିବି ଡାଟା ପ୍ରଦାନ କରାଯାଉଥିଲା। ଏବେ ଏହି ପ୍ଲାନ୍‌ରେ ତିନି ମାସ ପାଇଁ ୬୦ ଜିବି ଡାଟା ମିଳିବ।

ସମ୍ବନ୍ଧିତ ଖବର