ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର , ଜିଓ ଲଞ୍ଚ କଲା ନୂଆ ପ୍ଲାନ

ମୁମ୍ବାଇ: ଅମରନାଥ ଯାତ୍ରୀଙ୍କ ପାଇଁ ଖୁସି ଖବର | ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ହେଉଥିବା ଅମରନାଥ ଯାତ୍ରା ପାଇଁ ଜମ୍ମୁ ଓ କାଶ୍ମୀରରେ ଜିଓ ପକ୍ଷରୁ ସ୍ୱତନ୍ତ୍ର ୧୦୨ ଟଙ୍କିଆ ପ୍ରିପେଡ୍ ପ୍ଲାନର ଶୁଭାରମ୍ଭ କରାଯାଇଛି । ସାତ ଦିନର ବୈଧତା ରହିଥିବା ତଥା ଅସୀମିତ ଭଏସ ଏବଂ ଡାଟା ସୁବିଧା ସମ୍ମିଳିତ ଏହି ପ୍ଲାନରେ ଅସୀମିତ ଲୋକାଲ ଏବଂ ନ୍ୟାସନାଲ୍ ଭଏସ୍ କଲ୍, ପ୍ରତିଦିନ ୧୦୦ ମାଗଣା ଏସ୍ଏମ୍ଏସ୍ ଏବଂ ଅସୀମିତ ଡାଟା ସୁବିଧା ମିଳିବ |

ଯାହା ମଧ୍ୟରେ ଦୈନିକ ୦.୫ ଜିବି ହାଇସ୍ପିଡ୍ ଡାଟା ରହିଛି । ତେବେ ଏହି ପ୍ଲାନରେ ଜିଓ ଆପ୍ ସବସ୍କ୍ରିପସନ ଉପଲବ୍ଧ ହେବନାହିଁ | କାରଣ ଏହି ପ୍ଲାନ୍ ପାଇଁ ଜିଓ ପ୍ରାଇମ୍ ସଦସ୍ୟତା ପ୍ରଯୁଜ୍ୟ ନୁହେଁ । ଏହି ପ୍ଲାନକୁ ଦେଶର ଅନ୍ୟ ପ୍ରାନ୍ତର ଶ୍ରଦ୍ଧାଳୁମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, ଯେଉଁମାନେ ପ୍ରିପେଡ୍ ପ୍ଲାନରେ ଅଛନ୍ତି ।

ଦେଶର ଅନ୍ୟ ଅଞ୍ଚଳର ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଜମ୍ମୁ ଓ କାଶ୍ମୀରରେ ରୋମିଂ କଟକଣା ରହିଛି | ଯାହା ପାଇଁ ଏହି ଯାତ୍ରାବେଳେ ଶ୍ରଦ୍ଧାଳୁମାନେ କନେକ୍ଟିଭିଟି ବା ସମ୍ପର୍କ ରଖିବାରେ ସମସ୍ୟାର ସାମ୍ନା କରିଥାନ୍ତି । ତେଣୁ ଜିଓ ଏବେ ନୂଆ ସେବା ଆରମ୍ଭ କରିଛି |

ସମ୍ବନ୍ଧିତ ଖବର