ରିଲାଏନ୍ସ ଜିଓ ଆରମ୍ଭ କଲା ଭାରତର ପ୍ରଥମ ଭଲଟି ଅନ୍ତର୍ଜାତୀୟ ରୋମିଙ୍ଗ ସେବା

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଭାରତ ଏବଂ ଜାପାନ ମଧ୍ୟରେ ଭଲଟି ଭିତ୍ତିକ ଅନ୍ତର୍ଜାତୀୟ ରୋମିଙ୍ଗ ସେବା ଆରମ୍ଭ ଘୋଷଣା କରାଯାଇଛି । ଏଥିସହିତ ଜିଓ ଭାରତର ପ୍ରଥମ ୪ଜି ମୋବାଇଲ ସେବା ଅପରେଟର ଭାବରେ ଭାରତରେ ଭଲଟି ଭିତ୍ତିକ ଅନ୍ତର୍ଜାତୀୟ ରୋମିଙ୍ଗ ସେବା ଯୋଗାଇବା ଆରମ୍ଭ କରିଛି ଯାହାଦ୍ୱାରା ଅନ୍ତର୍ଜାତୀୟ ଭ୍ରମଣକାରୀମାନେ ଉଚ୍ଚ ମନର ଭଏସ ଓ ଏଲଟିଇ ହାଇ-ସ୍ପିଡ଼ ଡାଟା ବ୍ୟବହାର କରିପାରିବେ ।

ଜାପାନର କେ.ଡି.ଡି.ଆଇ କର୍ପୋରେସନ ପ୍ରଥମ ଅନ୍ତର୍ଜାତୀୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ଜିଓର ଭଲଟି ଭିତ୍ତିକ ଅନ୍ତର୍ଜାତୀୟ ରୋମିଙ୍ଗ ସେବା ଉପଯୋଗ କରିଛି । ଏଥିସହିତ ଅନ୍ତର୍ଜାତୀୟ ଭ୍ରମଣକାରୀମାନେ ଏବେ ଜିଓର ବିଶ୍ୱସ୍ତରୀୟ ନେଟୱର୍କ ଏବଂ ହାଇ-ସ୍ପିଡ଼ ଡାଟାର ଉପଯୋଗ କରିପାରିବେ ।  ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୦୧୮ ରେ ୨୦.୬ ଏମବିପିଏସ ଡାଉନଲୋଡ ସ୍ପିଡ଼ ସହିତ ଜିଓ ଭାରତୀୟ ଟେଲିକମ ନିୟାମକ ପ୍ରାଧିକାରଣ (ଟ୍ରାଇ) ଦ୍ୱାରା ମାଇଁ ସ୍ପିଡ଼ ଆପ୍ଲିକେସନରେ ବିଗତ ୨୦ ମାସ ଧରି ସର୍ବାଧିକ ଦ୍ରୁତଗାମୀ ନେଟୱର୍କ ରହି ଆସିଛି ।

ସମ୍ବନ୍ଧିତ ଖବର