ଭୁବନେଶ୍ୱର: ମୋବାଇଲ ଗ୍ରାହକଙ୍କ ତଥ୍ୟ ସମ୍ପର୍କରେ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଏ) ଦ୍ୱାରା ପ୍ରକାଶ କରାଯାଇଥିବା ସର୍ବଶେଷ ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ରିଲାଏନ୍ସ ଜିଓ ଓଡ଼ିଶାରେ ମୋବାଇଲ ଗ୍ରାହକ ସଂଖ୍ୟାର ୨୫ ପ୍ରତିଶତରୁ ଅଧିକ ହାସଲ କରିବା ସହ ଏହାର ଷ୍ଟେଟ୍-ଅଫ୍ -ଦି-ଆର୍ଟ ସମ୍ପୂର୍ଣ୍ଣ ୪ଜି ନେଟ୍ୱର୍କ ବ୍ୟବସ୍ଥାରେ ୨୦୧୯ ଜାନୁଆରୀରେ ପ୍ରାୟ ୩.୫ ଲକ୍ଷ ଗ୍ରାହକ ସଂଯୋଗ କରିବାରେ ସଫଳ ହୋଇଛି । ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ଜାନୁଆରୀ ମାସରେ ୧.୬ ଲକ୍ଷ ବୃଦ୍ଧି ଘଟି ଏହା ଜାନୁଆରୀ ୩୧ ତାରିଖ ସୁଦ୍ଧା ୩.୩୩ କୋଟିରେ ପହଂଚିିଛି । ତେବେ ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ଟେଲିସାନ୍ଦ୍ର୍ରତା ହାର ୭୭.୨୨ ରହିଥିବାବେଳେ ଏହା ଏକ୍ଷେତ୍ରରେ ଶେଷ ୫ଟି ରାଜ୍ୟ ମଧ୍ୟରେ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଟ୍ରାଇ ଦ୍ୱାରା ପ୍ରକାଶ କରାଯାଇଥିବା ସର୍ବଶେଷ ଫାଇନାନ୍ସିଆଲ୍ ରିପୋର୍ଟ ଅନୁଯାୟୀ ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭିନୁ୍ୟ(ଏଜିଆର୍) ଆଧାରରେ ଜିଓ ଓଡ଼ିଶା ବଜାରର ଶତକଡ଼ା ୫୦ ଭାଗ ବଜାର ଅଂଶ ଅଧିକାର କରିଛି । ଟ୍ରାଇ ରିପୋର୍ଟ ଅନୁଯାୟୀ ୨୦୧୯ ଜାନୁଆରୀରେ ଓଡ଼ିଶାରେ ନୂତନ ଗ୍ରାହକ ସଂଯୋଗ କ୍ଷେତ୍ରରେ ଜିଓ ସର୍ବାଗ୍ରେ ରହି ମୋଟ ୩.୫ ଲକ୍ଷ ଗ୍ରାହକ ସାମିଲ କରିପାରିଥିବାବେଳେ ଏହା ପଛକୁ ବିଏସ୍ଏନ୍ଏଲ ୨୨,୦୧୯ ଏବଂ ଏୟାରଟେଲ୍ ୫,୫୯୧ ଗ୍ରାହକ ସାମିଲ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଭୋଡାଫୋନ୍ ଆଇଡିଆ ଏହି ମାସରେ ରାଜ୍ୟରେ ୧.୯ ଲକ୍ଷ ଗ୍ରାହକ ହରାଇଛି ଏବଂ ଏହା ପଛକୁ ଟାଟା ଟେଲିସର୍ଭିସେସ୍ ୨୫୦୦୦ ଗ୍ରାହକ ହରାଇଥିବା ଏହି ରିପୋର୍ଟରୁ ସୂଚନା ମିଳିଛି ।