ଜିଓ ଆଣିବ ସିମ୍‌ ଥିବା ଲ୍ୟାପ୍‌ଟପ୍‌

ନୂଆଦିଲ୍ଲୀ: ସୁଲଭ ୪ଜି ସେବା ପ୍ରଦାନ କରି ସାରା ଦେଶରେ ନୂତନ ବିପ୍ଳବ ସୃଷ୍ଟି କରିଥିବା ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ପୁଣି ଏକ ବଡ଼ ଧମାକା ପାଇଁ ପ୍ରସ୍ତୁତ ହେଉଛି। ଏଥର କଂପାନି ଲ୍ୟାପ୍‌ଟପ୍‌ ଜରିଆରେ ବିପ୍ଳବ ସୃଷ୍ଟି କରିବ। କଂପାନି ଏଭଳି ଲ୍ୟାପ୍‌ଟପ୍‌ ଆଣିବା ଉପରେ କାମ କରୁଛି ଯେଉଁଥିରେ ସିମ୍‌ କାର୍ଡ ରହିଥିବ। ଏହି ଲ୍ୟାପ୍‌ଟପ୍‌କୁ କିଣିଲେ ଆଉ ଡଙ୍ଗଲ୍‌ କିଣିବାକୁ ପଡ଼ିବ ନାହିଁ। ସବୁ ସ୍ଥାନରେ ଲ୍ୟାପ୍‌ଟପ୍‌ଟି ଇଣ୍ଟରନେଟ୍‌ ସଂଯୋଗରେ ରହିବ। ସିମ୍‌ ଥିବା ଲ୍ୟାପ୍‌ଟପ୍‌ ବିକଶିତ କରିବା ପାଇଁ ଜିଓ ପକ୍ଷରୁ ଆମେରିକାର ଚିପ୍‌ ନିର୍ମାତା କ୍ୱାଲ୍‌କମ୍‌ ସହିତ କଥାବାର୍ତା ଜାରି ରହିଛି। ଲ୍ୟାପ୍‌ଟପ୍‌ରେ ଓ୍ଵିଣ୍ଡୋ ୧୦ ଅପରେଟିଂ ସିଷ୍ଟମ୍‌ ରହିଛି। ଭାରତୀୟ ଗ୍ରାହକଙ୍କୁ ସୁହାଇବା ଭଳି ଲ୍ୟାପ୍‌ଟପ୍‌ଟିକୁ ପ୍ରସ୍ତୁତ କରାଯିବ। ଜିଓ ସହିତ କଥାବାର୍ତା ହୋଇଛି ବୋଲି କ୍ୱାଲ୍‌କମ୍‌ ଟେକ୍‌ନୋଲୋଜିର ବରିଷ୍ଠ ନିର୍ଦେଶକ ମାଇଗୁଏଲ୍‌ ନ୍ୟୁନ୍‌ସ କହିଛନ୍ତି। ସବୁ ବେଳେ ଇଣ୍ଟରନେଟ୍‌ ସଂଯୋଗରେ ରହୁଥିବା ଲ୍ୟାପ୍‌ଟପ୍‌ ବିକଶିତ କରିବା ପାଇଁ କ୍ୱାଲ୍‌କମ୍‌ ପକ୍ଷରୁ ବିଶ୍ୱର ବିଭିନ୍ନ କଂପାନି ସହିତ ଆଲୋଚନା ଜାରି ରହିଛି। ଏଚ୍‌ପି, ଆସୁସ୍‌ ଓ ଲିନୋଭୋ ଏ ଦିଗରେ କାମ ଆରମ୍ଭ କରିସାରିଲେଣି।

ସମ୍ବନ୍ଧିତ ଖବର