ଜିଓ ଲଞ୍ଚ କଲା ଦୁଇଟି ‘ହାପି ନ୍ୟୁ ଇୟର ଅଫର’: ମିଳିବ ଅଧିକ ଡାଟା

ନୂଆଦିଲ୍ଲୀ: ଟେଲିକମ୍‌ ସେକ୍ଟରରେ ଗତବର୍ଷ ସେପ୍ଟେମ୍ବର ୫ ତାରିଖରେ ରିଲାଏନ୍ସ ଜିଓ ପ୍ରବେଶ କରି ହଇଚଇ ସୃଷ୍ଟି କରିଥିଲା। ରିଲାଏନ୍ସ ଜିଓର ଡାଟା ଅଫର ଦେଖି ଅନ୍ୟ ଟେଲିକମ୍‌ କମ୍ପାନିମାନଙ୍କ ଉପରେ ଚଡକ ପଡ଼ିଥିଲା। ସେମାନେ ବି ତାଙ୍କ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଡାଟା ପ୍ଲାନ୍‌ରେ ପରିବର୍ତ୍ତନ କରିବାରେ ଲାଗିଥିଲେ। ତେବେ ରିଲାଏନ୍ସ ଜିଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି ୨ଟି ନୂତନ ପ୍ରିପେଡ୍‌ ଅଫରର ଯୋଜନା କରିଛି। ଏହି ଅଫର ଜରିଆରେ ଗ୍ରାହକଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଦିଆଯିବ ବୋଲି ରିଲାଏନ୍ସ ଜିଓ ପକ୍ଷରୁ ସୂଚନା ମିଳିଛି।

ରିଲାଏନ୍ସ ଜିଓ ୧୯୯ ଓ ୨୯୯ଟଙ୍କାର ‘ହାପି ନ୍ୟୁ ଇୟର ୨୦୧୮ ପ୍ରିପେଡ ଅଫରର ଘୋଷଣା କରିଛି। ଏହି ଅଫର ଜରିଆରେ ବ୍ୟବହାରକାରୀ ପୂର୍ବ ଅପେକ୍ଷା ଅଧିକ ଡାଟା ପାଇ ପାରିବେ। ୧୯୯ପ୍ଲାନ୍‌ ଜରିଆରେ ବ୍ୟବହାରକାରୀଙ୍କୁ ୧.୨ଜିବି ହାଇ ସ୍ପିଡରେ ୪ଜି ଡାଟା ପ୍ରତିଦିନ ମିଳିବ। ଏତଦ୍‌ବ୍ୟତୀତ ଗ୍ରାହକଙ୍କୁ ମାଗଣା ଭଏସ୍‌ କଲ, ଅନ୍‌ଲିମିଟେଡ୍‌ ଏସ୍‌ଏମଏସ୍‌ ଓ ୨୮ଦିନ ପାଇଁ ପ୍ରାଇମ୍‌ ସଦସ୍ୟଙ୍କୁ ଜିଓ ଆପ୍‌ ସବସ୍କ୍ରିପସନ୍‌ ମିଳିବ।

କେବଳ ଏତିକି ନୁହେଁ, ଅଧିକ ଡାଟା ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ କମ୍ପାନି ୨୯୯ପ୍ଲାନ୍‌ର ଘୋଷଣା ବି କରିଛି। ଏହି ଅଫର ଜରିଆରେ ବ୍ୟବହାରକାରୀ ପ୍ରତିଦିନ ୨ଜିବି ୪ଜି ଡାଟା ସହିତ ଅସୀମିତ ଏସ୍‌ଏମ୍‌ଏସ୍‌ ଓ ୨୮ଦିନ ପର୍ଯ୍ୟନ୍ତ ଜିଓ ଆପ୍‌ ପାଇଁ ସବସ୍କ୍ରିପସନ ମିଳିବ।

ସମ୍ବନ୍ଧିତ ଖବର