ଆଉ ମାତ୍ର ୩୦ ମିନିଟ ପରେ ଆରମ୍ଭ ହେବ ଜିଓ ମନସୁନ ହଙ୍ଗାମା ଅଫର, ଯେକୌଣସି ଫିଚର ଫୋନ ବଦଳାଇ ଟ.୫୦୧ରେ ପାଇବେ ଜିଓଫୋନ-୨

ଭୁବନେଶ୍ୱର: ରିଲାଏନ୍ସ ଜିଓର ବହୁପ୍ରତିକ୍ଷୀତ ମନସୁନ ହଙ୍ଗାମା ଅଫର ଆଜି ଅପରାହ୍ନ ୫ଟା ୦୧ମିନିଟରେ ଆରମ୍ଭ ହେବ । ଏହି ଅଫରରେ ଗ୍ରାହକମାନେ ଯେକୌଣସି ବ୍ରାଣ୍ଡର ଫିଚର୍‌ ଫୋନ୍‌କୁ ବଦଳାଇ ମାତ୍ର ୫୦୧ ଟଙ୍କା ଦେଇ ନୂଆ ଜିଓ ଫୋନ୍‌ ହାସଲ କରିପାରିବେ । ଏହି ୫୦୧ଟଙ୍କା ସହ ତାଳ ଦେଇ ଏହି ଅଫର ଠିକ ଅପରାହ୍ନ ୫ଟା ୦୧ ମିନିଟରେ ଆରମ୍ଭ କରାଯିବ ।

ଜିଓଫୋନ-୨ ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ । ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୨ ରେ ୫୧୨ ଏମବି ର‍୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । କିନ୍ତୁ ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍ଵାଟ୍ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରେ । ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଗ୍ରାହକମାନେ ଭଏସ୍‌ କମାଣ୍ଡ୍‌୍‌କୁ ବ୍ୟବହାର କରି କଲ୍‌, ମେସେଜ୍‌, ଇଣ୍ଟରନେଟ୍‌ରେ ସନ୍ଧାନ, ସଙ୍ଗୀତ ବଜାଇବା, ଭିଡିଓ ଦେଖିବା ଓ ସବୁ ପ୍ରକାର ଆପ୍‌କୁ ପରିଚାଳନା କରିବା କାମ କରିପାରିବେ।

ସମ୍ବନ୍ଧିତ ଖବର